Home > ମନୋରଞ୍ଜନ
ଖାକି ପୋଷାକରେ ଅନୁଷ୍କା
Khabar Odisha:anushka-sharma-playing-a-cop-role-in-advertisement-film
ମୁମ୍ବାଇ, ସେପ୍ଟେମ୍ବର ୧ (ଖବର ଓଡ଼ିଶା):

ବଲିଉଡ଼୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଂଶସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଫିଲ୍ମ ‘ଜିରୋ’ ପରେ ଆଉ ଦେଖିବାକୁ ମିଳୁ ନ ଥିବା ଅନୁଷ୍କା ବହୁତ ଦିନ ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଆସିବେ । ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଦର୍ଶକଙ୍କର ପ୍ରିୟ ହୋଇଥିବା ଅନୁଷ୍କା ଆଉ ଏକ ଭିନ୍ନ ଭୂମିକାରେ ଆସୁଛନ୍ତି । ଏଥର ତାଙ୍କୁ ଖାକି ପୋଷାକରେ ଦେଖିବାକୁ ମିଳିବ ।

ଅନୁଷ୍କା କୌଣସି ଫିଲ୍ମ କିମ୍ବା ୱେବ୍‌ ସିରିଜ୍‌ରେ ଅଭିନୟ କରିବେ ନାହିଁ । ସେ ଏକ ଟିଭି କମର୍ଶିଆଲ୍‌ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସେ ପୋଲିସ ଭୂମିକାରେ ଜଣଙ୍କ ଘରେ ଚଢ଼ାଉ କରିବେ । ଏହାର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି । ଏହାର ସୁଟିଂ ମଧ୍ୟ ଶେଷ ହୋଇ ସାରିଛି । ଯାହା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ । ଏହା ପୂର୍ବରୁ ମଧ୍ୟ ଅନୁଷ୍କା ଏକା ସାଙ୍ଗରେ ଜେଜେ ମା, ମାଆ ଏବଂ ଝିଅ ଭୂମିକାରେ ନଜର ଆସିଥିଲେ । 

  • Tags: