Home > ମନୋରଞ୍ଜନ
କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କଲେ ଆଦିତ୍ୟ ପଂଚୋଲୀ
Khabar Odisha:bollywood-odisha-aditya-pancholi-has-filed-fir-against-kangana-ranaut-a-few-days-ago-after-actress-lawyer-threatened-to-file-a-rape-case-against-him
ନୂଆଦିଲ୍ଲୀ, ମଇ ୧୫ (ଖବର ଓଡିଶା) :

 ସମୟ ବଢିବା ସହିତ ଆଦିତ୍ୟ ପଂଚୋଲୀ ଏବଂ କଙ୍ଗନ ରାଣାବତଙ୍କ ମଧ୍ୟରେ ଲଢେଇ ବଢିବାରେ ଲାଗିଛି । କଙ୍ଗନା ଏକ ସାକ୍ଷାତକାରରେ ରେସ୍ ୨ର ଅଭିନେତା ଆଦିତ୍ୟଙ୍କ ବିରୋଧରେ ଯୌନ ଏବଂ ଶାରିରୀକ ଉତ୍ପୀଡନାର ଅଭିଯୋଗ ଆଣି ସାରିଛନ୍ତି । କିନ୍ତୁ ଏବେ ସୂଚନା ମିଳିଛି କି, କିଛି ଦିନ ପୂର୍ବରୁ ଆଦିତ୍ୟ ପଂଚୋଲୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ସାରିଛନ୍ତି । ତେବେ କଙ୍ଗନାଙ୍କ ଏଫଆଇଆରର ପ୍ରତି ଜବାବରେ ସେ ଦାଖଲ କରିଥିବା ସୂଚନା ମିଳିଛି । 

ଆଦିତ୍ୟ ପଂଚୋଲୀ କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତି ନେଇଛନ୍ତି । ଆଦିତ୍ୟଙ୍କ ଅଭିଯୋଗରେ ଏହା ଦାବୀ କରାଯାଇଛି କି, କଙ୍ଗନାଙ୍କ ଓକିଲ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଫାଇଲ କରିବାକୁ ଧମକ ଦେଇଛନ୍ତି, ଯାହାକୁ ଅଭିନେତା ଖଣ୍ଡନ କରି ଆସୁଛନ୍ତି । ଏହି ଅଭିଯୋଗ ବର୍ସୋବା ପୁଲିସ ଷ୍ଟେସନରେ କରାଯାଇଛି ।