ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡିଶା) :
ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ “ଜବରିୟା ଜୋଡି”ର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମ ଜରିଆରେ ପୁଣି ଥରେ ସିଦ୍ଧାର୍ଥ ଏବଂ ପରିଣିତିଙ୍କ ଯୋଡି ରୂପେଲି ପରଦାରେ ନଜର ଆସିବ । ଏଥିରେ ସିଦ୍ଧାର୍ଥ ଏବଂ ପରିଣିତି ବିନ୍ଦାସ୍ ଭୂମିକାରେ ଅଛନ୍ତି । ଏହା ଏକ କମେଡି ଡ୍ରାମା ଫିଲ୍ମ । ଫିଲ୍ମରେ ବିହାରର ବିବାହ ଶୈଳୀର ନିଛକ ଦୃଶ୍ୟ ଦେଖାଯାଇଛି ।
ତେବେ ଜବରିୟା ଯୋଡିର ଟ୍ରେଲର ତିନି ମିନିଟ୍ ରହିଛି । ଏଥିରେ ସିଦ୍ଧାର୍ଥ ଅଭୟ ସିଂହଙ୍କ ଭୂମିକାରେ ଏବଂ ପରିଣିତି ବବଲି ଯାଦବଙ୍କ ଭୂମିକାରେ ଅଛନ୍ତି । ଫିଲ୍ମର ଆରମ୍ଭରେ ସିଦ୍ଧାର୍ଥ ଏକ ଡାଇଲଗ କହୁଥିବା ଶୁଣିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ତିନି ପ୍ରକାରର ଯୋଡି ଗଠନ ହୁଏ । ସାହାସ ଥିବା ବ୍ୟକ୍ତିଙ୍କ ଆରେଞ୍ଜ୍ ମ୍ୟାରେଜ୍, ଭାଗ୍ୟଥିବା ବ୍ୟକ୍ତିଙ୍କ ପ୍ରେମ ବିବାହ, ଯୌତୁକ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଜବରଦସ୍ତ ବିବାହ ।
ଟ୍ରେଲରର ଅନ୍ତରେ ସିଦ୍ଧାର୍ଥ ଗାଏବ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ପରିଣିତି ଅପହରଣ କରି ନେଇଛନ୍ତି । ଏଥିରେ ହସକୌତୁକ ସିନ୍ ଥିବା ଟ୍ରେଲର ଦେଖି ପରିଲଖିତ ହେଉଛି । ଏହା ଏକ ମଲ୍ଟି ଷ୍ଟାରର ମୁଭି । ପରିଣିତି ଓ ସିଦ୍ଧାର୍ଥଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ, ସଞ୍ଜୟ ମିଶ୍ରା, ନୀରଜ ସୂଦ ସାମିଲ ଅଛନ୍ତି । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତରେ ନିର୍ମିତ ଫିଲ୍ମ ଜୁଲାଇ ୧୨ରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଦୁହେଁ ହସି ତୋ ଫସିରେ ନଜର ଆସିଥିଲେ । ଫିଲ୍ମକୁ ଦର୍ଶକମାନେ ଭଲ ପ୍ରତିକ୍ରିୟା ରଖିଛନ୍ତି ।