Home > ମନୋରଞ୍ଜନ
“ଖାନଦାନୀ ସଫାଖାନ”ର ଟ୍ରେଲର ରିଲିଜ୍
Khabar Odisha:bollywood-odisha-khandaani-shafakhana-trailer-sonakshi-sinhas-new-film-is-a-funny-take-on-taboo-subject
ନୂଆଦିଲ୍ଲୀ, ଜୁନ ୨୨ (ଖବର ଓଡିଶା) :

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ସଫାଖାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରର ଆରମ୍ଭ ଅନ୍ନୁ କପୁରଙ୍କ ଡାଇଲଗରୁ ହେଉଛି । ଏଥିରେ ସେ କହୁଛନ୍ତି କି, ମାମାଜି ନେ ଜିତନୀ ମରିଜେ ଖୁସହାଲ କି ହୈ ୟେ ବାତ ମାମାଜି ଜାନତେ ହୈ ୟା ଫିର ଉନକେ ପେଶେଂଟ । ଫିଲ୍ମରେ ସୋନାକ୍ଷୀ ସିହ୍ନା ବେବି ବେଦୀ ଭୂମିକାରେ ଅଛନ୍ତି । ଏଥିରେ ସେ ଜଣେ ସେକ୍ସୋଲଜିଷ୍ଟ ଅଛନ୍ତି । ତେବେ ଟ୍ରେଲରରେ ବହୁ ହସ କୌତୁକିଆ ସିନ୍ ରହିଛି । 

ଫିଲ୍ମରେ ବରୁଣ ଶର୍ମା, ସୋନାକ୍ଷୀଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ଏତଦ୍ ବ୍ୟତୀତ ସୋନାକ୍ଷୀ ଦବଙ୍ଗ ୩ରେ ସଲମାନଙ୍କ ସହ ନଜର ଆସିବେ । ଏଥିରେ ସେ ସଲମାନଙ୍କ ପତ୍ନୀ ରଜୋ ପାଣ୍ଡେ ଭୂମିକାରେ ଅଛନ୍ତି । କିଛି ମାସ ପୂର୍ବରୁ ଫିଲ୍ମର କିଛି ଅଂଶ ଶୁଟିଙ୍ଗ ମଧ୍ୟ ପ୍ରଦେଶରେ କରାଯାଇଛି । ସେହି ଭଳି ସୋନାକ୍ଷୀ ଫିଲ୍ମ ମିଶନ ମଙ୍ଗଲରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ ସେୟାର କରିବେ ।