Home > ମନୋରଞ୍ଜନ
ସାଙ୍ଘାଇରେ ଧୁମ୍ ମଚାଇଲା ବରୁଣ-ଅନୁଷ୍କାଙ୍କ ସୁଇ ଧାଗା
Khabar Odisha:bollywood-odisha-sui-dhaaga-is-doing-good-at-shanghai-film-festival
ନୂଆଦିଲ୍ଲୀ, ଜୁନ ୧୮ (ଖବର ଓଡିଶା) :

ସାଙ୍ଘାଇରେ ଏବେ ୨୨ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ଦର୍ଶକଙ୍କୁ ବହୁ ଦେଶର ଫିଲ୍ମ ଅଲଗା ଅଲଗା ସିନେମା ହଲରେ ପ୍ରଦର୍ଶନ କରାଯାଉଛି । ଏମାନଙ୍କ ମଧ୍ୟରୁ ଏକ ସିନେମା ହଲରେ ଭାରତୀୟ ଫିଲ୍ମ ସୁଇ ଧାଗା ପ୍ରଦର୍ଶନ କରାଯାଇଛି । ତେବେ ସମ୍ପୂର୍ଣ୍ଣ ହଲ ଚୀନ ଦର୍ଶକରେ ପରିପୂର୍ଣ୍ଣ ଥିଲା । ଦର୍ଶକମାନେ ଏହାର ଭରପୁର ଆନନ୍ଦ ଉଠାଇଛନ୍ତି । ଫିଲ୍ମ ଶେଷ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ଶରତ କଟାରିୟା ଚୀନୀ ଦର୍ଶକଙ୍କ ପ୍ରଶ୍ନର ଉତର ରଖିଥିଲେ । ସାଧାରଣତଃ ଭାରତୀୟ ଫିଲ୍ମ ସର୍ବଦା ନାଚ ଗୀତ ପାଇଁ ଦୁନିଆରେ ପରିଚିତ । 

ଜଣେ ଦର୍ଶକଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ଶରତ କହିଛନ୍ତି କି, ଏହି ଫିଲ୍ମରେ ଦର୍ଶକଙ୍କର ଦାବୀ ନଥିବା କାରଣରୁ ନାଚ ଗୀତ ରଖାଯାଇ ନାହିଁ । ଏହା ଦ୍ୱାରା କାହାଣୀ ବାଟବଣା ହୁଏ । ଯଦି କାହାଣୀରେ ନାଚ ଗୀତ ଆବଶ୍ୟକ ରହିବ ତେବେ ଆଗାମୀ ଫିଲ୍ମରେ ନିଶ୍ଚୟ ନାଚଗୀତ ରହିବ । କାରଣ ନାଚଗୀତ ମୋତେ ମଧ୍ୟ ପସନ୍ଦ । ତେବେ ଫିଲ୍ମକୁ ଚୀନୀ ଦର୍ଶକଙ୍କ ଠାରୁ ମିଳୁଥିବା ଜୋରଦାର ପ୍ରତିକ୍ରିୟା ଦେଖି ଶରତ ବେଶ୍ ଉତ୍ସାହିତ ଅଛନ୍ତି । 

ଶରତ ଏହା ମଧ୍ୟ କହିଛନ୍ତି କି, ସମୟ ସହ ଦର୍ଶକଙ୍କର ଫିଲ୍ମ ପ୍ରତି ଥିବା ପସନ୍ଦ ପରିବର୍ତନ ହୋଇଥାଏ । ତେଣୁ ଆମେ କିଛି ଅଲଗା କରିବାକୁ ଚାହିଁଲୁ । ବାସୁ ଭଟ୍ଟାଚାର୍ଯ୍ୟ ଏବଂ ହୃଷିକେଶ ମୁଖାର୍ଜୀ ପ୍ରମୁଖ ଅଛନ୍ତି ।