Home > ମନୋରଞ୍ଜନ
ଡ୍ୟାନ୍ସ କରୁକରୁ ଅଚାନକ ମଂଚ ଉପରେ ବେହୋସ ହୋଇପଡିଲେ ବରୁଣ ଧାବନ
Khabar Odisha:bollywood-odisha-varun-dhavan-faint-on-set-of-street-dancer-3-d-while-dancing
ନୂଆଦିଲ୍ଲୀ, ଜୁଲାଇ ୨୭ (ଖବର ଓଡିଶା) :

ବଲିଉଡ ତାରକା ବରୁଣ ଧାବନ ନିଜ କ୍ୟାରିୟର ପାଇଁ ଖୁବ୍ ପରିଶ୍ରମ କରିବାକୁ ନେଇ ଚର୍ଚ୍ଚାରେ ରୁହନ୍ତି । କୌଣସୀ ବି ସିନ୍ ପାଇଁ ସେ ଖୁବ୍ ପରିଶ୍ରମ କରନ୍ତି । ତାଙ୍କର ଏହି ଅଭ୍ୟାସ ଏବେ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତାଙ୍କର ଅପକମିଙ୍ଗ୍ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ୩ ଡିର ଶୁଟିଙ୍ଗରେ ଧାବନ ଏବେ ବ୍ୟସ୍ତ ଅଛନ୍ତି । ତେବେ ଶୁଟିଙ୍ଗ ସେଟରେ ନାଚୁଥିବା ସମୟରେ ବରୁଣ ବେହୋସ ହୋଇଯାଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି । 

ସେଟରେ ତାଙ୍କର ଏଭଳି ବେହୋସ ହେବା ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଉଚ୍ଚ ରକ୍ତଚାପ କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ଡାକ୍ତର କହିଛନ୍ତି । ସେ ଏହି ଫିଲ୍ମ ପାଇଁ ଦିନରାତି ପରିଶ୍ରମ କରୁଥିଲେ । ଏହି ସମୟରେ ତାଙ୍କୁ ଜ୍ୱର ଆସିଯାଇଥିଲା । ସେ ବିନା ବିଶ୍ରାମ ନେଇ ଡ୍ୟାନ୍ସ ଅଭ୍ୟାସ କରିଥିଲେ । ଯାହା ଫଳରେ ତାଙ୍କର ଏଭଳି ଅବସ୍ଥା ହୋଇଥିଲା । 

ତେବେ ବରୁଣ ନିଜେ ତାଙ୍କର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତାଙ୍କୁ ବହୁ ଦିନ ଧରି ଜର ଲାଗି ରହିଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ ସେ ଫିଲ୍ମର ଶୁଟିଙ୍ଗ ସାରିବା ପାଇଁ ଡ୍ୟାନ୍ସ କରୁଥିଲେ ।