Home > ମନୋରଞ୍ଜନ
ଭିଡ଼ ହିଂସାକୁ ନେଇ ବଲିଉଡ଼୍‌ର ଉଦବେଗ, ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ଅଭିନେତା-ଅଭିନେତ୍ରୀ ଲେଖିଲେ ଚିଠି
Khabar Odisha:entertainment-49-celebrities-write-to-PM-Modi-on-lynching-religious-hate-crime
ନୂଆଦିଲ୍ଲୀ, ଜୁଲାଇ ୨୪ (ଖବର ଓଡ଼ିଶା):

ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ବଲିଉଡ଼୍‌ରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଫିଲ୍ମ ନିର୍ଦ୍ଦେଶକ ଅଦୁର ଗୋପାଳକୃଷ୍ଣ ଏବଂ ଅନୁରାଗ କାଶ୍ୟପଙ୍କ ସମେତ ୪୯ ଜଣ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମିଳିତ ପତ୍ର ଲେଖିଛନ୍ତି । ଧର୍ମ ନାମରେ କିଛି ନା କିଛି ଘଟୁଥିବା ସେମାନେ ଚିଠିରେ ଦର୍ଶାଇଛନ୍ତି । 

ଚିଠିରେ ଉଲ୍ଲେଖ ଅଛି, ‘‘ ଦୁଃଖର କଥା ହେଉଛି କି ‘ଜୟ ଶ୍ରୀରାମ’ ଏକ ପ୍ରବର୍ତ୍ତାଉ ଥିବା ଯୁଦ୍ଧ ହୋଇଗଲାଣି । ଭାରତରେ ବହୁ ସଂଖ୍ୟକ ସମ୍ପ୍ରଦାୟରେ ରାମଙ୍କ ନାଁ ପବିତ୍ର ଅଟେ । ୨୦୦୯ ଜାନୁୟାରୀ ପହିଲାରୁ ୨୦୧୮ ଅକ୍ଟୋବର ମଧ୍ୟରେ ୨୫୪ଟି ଧାର୍ମିକ ଆଧାରିତ ହିଂସା ମାମଲା ରୁଜୁ ହୋଇଛି । ଯେଉଁଠି ୨୦୧୬ରେ ଦିଳିତମାନଙ୍କ ଉପରେ ଅତ୍ୟାଚାର ମାମଲା ୮୪୦ଟି ନଜରରେ ଆସିଛି ।’’ ସେହିପରି ଅପରାଧିଙ୍କ ବିରୋଧରେ କ’ଣ କାର୍ୟ୍ୟା ନୁଷ୍ଠାନ ନିଆଯାଇଛି ବୋଲି ସେମାନେ ପ୍ରିୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ପଚାରିଛନ୍ତି । 

ଅନୁରାଗ କଶ୍ୟପ, ଅଦୁର ଗୋପାଳକୃଷ୍ଣନ, ମଣିରତ୍ନମ୍‌, ବିନାୟକ ସେନ, ସୌମିତ୍ରୋ ଚାଟାର୍ଜୀ, ଅପର୍ଣ୍ଣା ସେନ, କୋଙ୍କଣା ସେନ୍‌ ଶର୍ମା, ଶ୍ୟାମ ବେନେଗଲ, ଶୁଭା ମୁଦ୍‌ଗଲ, ରୂପମ ଇସ୍ଲାମ, ଅନୁପମ ରାୟ, ପରମବ୍ରତା, ରିଦ୍ଧି ସେନ ପ୍ରମୁଖ ଏହି ଚିଠି ଲେଖିଛନ୍ତି ।

  • Tags: