Home > ମନୋରଞ୍ଜନ
ଦୀପିକାଙ୍କ ଭଳି ସାଢୀ ପିନ୍ଧି ଟ୍ରୋଲ ହେଲେ ମଲାଇକା
Khabar Odisha:entertainment-bollywood--odisha-bollywood-malaika-arora-deepika-padukone-same-saree-pictures-going-viral-on-social-media
ନୂଆଦିଲ୍ଲୀ, ଜୁନ ୧୦ (ଖବର ଓଡିଶା) :

ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ନିଜର ବୋଲ୍ଟ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ତାଙ୍କର ସାଢୀ ଅବତାର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ ସଜବାଜ ହୋଇ ଘରୁ ବାହାରିବା ପରେ ସବୁ କ୍ୟାମେରାଙ୍କ ନଜର ରହିଛି । ତାଙ୍କୁ ଏଭଳି ଅବତାରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିନ୍ତୁ ମଲାଇକା ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ନିଜେ ଟ୍ରୋଲ ହୋଇଛନ୍ତି । କାରଣ ସେ ଦୀପିକାଙ୍କ ଭଳି ସାଢୀ ପିନ୍ଧିଛନ୍ତି । ତେବେ ବହୁ ଦିନ ପୂର୍ବରୁ ଦୀପିକାଙ୍କୁ ଏଭଳି ସାଢୀରେ ଦେଖିବାକୁ ମିଳିଥିଲା । 

ସୂଚନାଯୋଗ୍ୟ, ସୋନମ କପୁର ନିଜ ଜନ୍ମଦିନ ଅବସରରେ ଗ୍ରାଣ୍ଡ ପାର୍ଟି ଦେଇଥିଲେ । ଏହି ପାର୍ଟିରେ ଅର୍ଜୁନ କପୁର, ଜାହ୍ନବୀ କପୁରଙ୍କ ଠାରୁ ନେଇ କରଣ ଜୋହାର ଏବଂ କରିଶ୍ମା କପୁରଙ୍କ ଭଳି ବହୁ ବଡ ବଡ ତାରକାମାନେ ସେଠାରେ ପହଁଚିଥିଲେ । ଏହି ଭିଡ ମଧ୍ୟରେ ଏକ ଧଳା ସାଢୀ ପିନ୍ଧି ମଲାଇକା ଏଂଟ୍ରୀ ମାରିଥିଲେ । ଏହା ପୂର୍ବରୁ ଦୀପିକା ଠିକ୍ ଏହିଭଳି ଏକ ସାଢୀ ପିନ୍ଧି ନଜର ଆସିଥିଲେ । ତେଣୁ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିଥିଲେ । ତେବେ ଏହି ଦୁଇ ସେଲିବ୍ରେଟିଙ୍କ ସାଢୀର ବ୍ଲାଉଜ୍ ଡିଜାଇନ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଥିଲା ।