Home > ମନୋରଞ୍ଜନ
ହାଉସଫୁଲ ୪ର ଟ୍ରେଲର ରିଲିଜ୍, କମେଡି, ଡ୍ରାମା ଓ କନଫ୍ୟୁଜନର ଫୁଲ ଡୋଜ୍ ନେଇ ଆସୁଛନ୍ତି ଅକ୍ଷୟ-ରିତେଶ
Khabar Odisha:entertainment-bollywood-akshay-kumar-housefull-4-trailer-review-watch-video
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡିଶା) :

ମୋଷ୍ଟ ଆୱେଟେଡ ମଲ୍ଟି ଷ୍ଟାରର ଫିଲ୍ମ ହାଉସଫୁଲ ୪ର ଟ୍ରେଲର ରିଲିଜ୍ ହୋଇଛି। ୨୦୧୦ରେ ଆରମ୍ଭ ହୋଇଥିବା ହାଉସଫୁଲ ଫ୍ରାନଚାଇଜର ଏହା ଚତୁର୍ଥ ଫିଲ୍ମ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ, ରାଣା ଦଗୁବତୀ, କୃତି ସେନନ, କୃତି ଖରମ୍ବଦା ଓ ପୂଜା ହେଗଡେ ଅଛନ୍ତି। ଫିଲ୍ମରେ ନବାଜୁଦ୍ଦୀନ ସିଦ୍ଦୀକି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଫରହାଦ ସମଜୀଙ୍କ ଦ୍ଵାରା ଏହି ଫିଲ୍ମଟି ନିର୍ମାଣ କରାଯାଇଛି।

ହାଉସଫୁଲ ଫିଲ୍ମରେ ପ୍ରତି ଥର କିଛି ଅଲଗା ଅଲଗା କାହାଣୀ ରହିଥାଏ। ଏଥର ପୂର୍ବଜନ୍ମକୁ ନେଇ କାହାଣୀ ପ୍ରସ୍ତୁତ କରାଯାଇଛି। ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି। କାହାଣୀ ମସ୍ତୀ, ମଜାକରେ ଭରପୁର ରହିଛି। ଏଥିରେ ଅକ୍ଷୟ କୁମାର ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତି। ଯିଏକି ୬୦୦ ବର୍ଷ ପୂର୍ବେ ଜଣେ ରାଜକୁମାର ଥିଲେ। ତାଙ୍କୁ ତାଙ୍କ ପୁନର୍ଜନ୍ମ ବିଷୟରେ ସବୁ କିଛି ମନେ ପଡିଯାଏ। ସେ ତାଙ୍କର ବନ୍ଧୁମାନଙ୍କ ସହ ମିଶି ଏହି ପୁନର୍ଜନ୍ମ ସସପେନ୍ସକୁ ସମାଧାନ କରୁଛନ୍ତି ଏବଂ ନିଜ ପ୍ରେମ ପାଇବାକୁ ଚେଷ୍ଟା କରୁଛନ୍ତି।

ଟ୍ରେଲର କଥା କହିବାକୁ ଗଲେ ଏହା ଖୁବ୍ ମଜାଦାର ରହିଛି। ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖ ଏଥିରେ କମେଡି କରୁଥିବା ଦେଖାଯାଇଛି। ତେଣୁ ଏଥର ଦୀପାବଳି ହାପି ୱାଲା ହେବ ବୋଲି ସମସ୍ତେ କହୁଛନ୍ତି। ତେବେ ହାଉସଫୁଲ ୪, ଅକ୍ଟୋବର ୨୫ରେ ରିଲିଜ୍ ହେବାକୁ ଯାଉଛି।