Home > ମନୋରଞ୍ଜନ
ରିୟଲ ଲାଇଫରେ ବି ଖିଲାଡ଼ି ହେଉଛନ୍ତି ଅକ୍ଷୟ କୁମାର, ସେଟରେ ବେହୋସ୍ ବ୍ୟକ୍ତିଙ୍କୁ ବଞ୍ଚାଇଲେ
Khabar Odisha:entertainment-bollywood-akshay-kumar-saves-a-man-life-who-got-fainted-at-the-reality-tv-show
ମୁମ୍ବାଇ,ଅକ୍ଟୋବର୦୪(ଖବର ଓଡ଼ିଶା):

 ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ହାଉସଫୁଲ-୪ର ପ୍ରମୋସନ ଆରମ୍ଭ କରି ଦେଇଛନ୍ତି। ନିକଟରେ ଫିଲ୍ମର ପ୍ରମୋସନ ପାଇଁ ସେ ଏକ ରିୟଲିଟି ଶୋରେ ସାମିଲ  ହୋଇଥିଲେ ଏବଂ ସେଠାରେ ମଧ୍ୟ ସେ ନିଜର ଖିଲାଡ଼ି ହେବାର ପ୍ରମାଣ ଦେଇଥିଲେ। ଯେତେବେଳେ ସେ ଶୋର ସେଟରେ ପହଞ୍ଚିଲେ ଜଣେ ବ୍ୟକ୍ତି ଷ୍ଟଣ୍ଡ କରୁଥିଲେ ଏବଂ ଏମିତି କରିବାରେ ସେ ବେହୋସ୍ ହୋଇପଡ଼ିଲେ। ଏହା ଦେଖି ଅକ୍ଷୟ ତାଙ୍କୁ ବଞ୍ଚାଇବାକୁ ଧାଇଁ ଆସିଲେ ଏବଂ କ୍ରୁ ପହଞ୍ଚିବା ପୂର୍ବରୁ ସାହାଯ୍ୟ କରିଥିଲେ। 

ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ କାଚର ଟ୍ୟାଙ୍କ ଉପରେ ଷ୍ଟଣ୍ଡ କରୁଥିବା ବେଳେ ଜଣେ ବେହୋସ୍ ହୋଇ ପଡ଼ୁଛନ୍ତି ଏବଂ ଅକ୍ଷୟ ତାଙ୍କୁ ବଞ୍ଚାଇବାକୁ ତତ୍କାଳ ପହଞ୍ଚି ଯାଉଛନ୍ତି। ଏହା ପରେ ଅକ୍ଷୟ କ୍ରୁ ସଦସ୍ୟଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳୁଛି। ହାଉସଫୁଲ-୪ରେ ଅକ୍ଷୟ କୁମାର, ରିତେଶ ଦେଖମୁଖ, ବବି ଦେଓଲ, କୃତି ସେନନ, ପୂଜା ହେଗଡେ଼, କୀର୍ତ୍ତି ଖରବନ୍ଦା, ରାଣା ଦଗୁବାତୀ, ଚଙ୍କି ପାଣ୍ଡେ, ଜନି ଲିଭର, ରାଜପାଲ ଯାଦବ ଓ ପରେଶ ରାଓ୍ଵଲଙ୍କ ପରି ତାରିକା ଅଭିନେତା ଅଭିନୟ କରିଛନ୍ତି।