Home > ମନୋରଞ୍ଜନ
ଏକ ଲୋମଟାଙ୍କୁରା କାହାଣୀ ଉପରେ ଆଧାରିତ ପ’ରୁ ପ୍ୟାର ଫ’ରୁ ଫେରାରର ଦମଦାର ଟ୍ରେଲର ରିଲିଜ୍
Khabar Odisha:entertainment-bollywood-jimmy-shergill-and-kumud-mishra-starrer-p-se-pyaar-f-se-faraar-trailer-released
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ (ଖବର ଓଡିଶା) :

ବଲିଉଡରେ ଏବେ ସାମାଜିକ ମୁଦ୍ଦାକୁ ନେଇ ବହୁ ଫିଲ୍ମ ନିର୍ମାଣ କରାଯାଉଛି । ଏହି ମଧ୍ୟରେ ପ’ରେ ପ୍ୟାର ଫ’ରେ ଫେରାରର ଦମଦାର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଜିମି ଶେରଗିଲ, ଭାବେଶ କୁମାର ଏବଂ ସଞ୍ଜୟ ମିଶ୍ରଙ୍କ ଦମଦାର ଆକ୍ଟିଙ୍ଗ ଦେଖିବାକୁ ମିଳିବ । ଫିଲ୍ମରେ ଦର୍ଶାଯାଇଥିବା ସାମାଜିକ ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଅନୁମାନ କରାଯାଉଛି । 

ଆଜିର ସମାଜର ନଗ୍ନ ଚିତ୍ର ଏହି ଫିଲ୍ମରେ ଦେଖିବାକୁ ମିଳିବ । ଅକ୍ଟୋବର ୧୮ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମର ଟ୍ରେଲରକୁ ଆଜି କିଛି ମ୍ୟୁଜିକ କମ୍ପାନୀ ଦ୍ୱାରା ୟୁଟ୍ୟୁବରେ ରିଲିଜ କରାଯାଇଛି । ଫିଲ୍ମର ଟ୍ରେଲରର ଆରମ୍ଭରେ ମଥୁରାର ଏକ ଗଳିରୁ ଆରମ୍ଭ ହେଉଛି । ଯେଉଁଟାରେ ସମାଜର ଜାତିପ୍ରଥା, କୁସଂସ୍କାର ଭେଦଭାବ ଦେଖାଯାଉଛି । ଏହି ଫିଲ୍ମ ମାଧ୍ୟମରେ ଅଭିନେତା ଭାବେଶ କୁମାର ଡେବ୍ୟୁ କରିଛନ୍ତି । ସେ ଜଣେ ଆଥଲେଟ ଭୂମିକାରେ ନଜର ଆସିବେ । ଏହାପରେ ତାଙ୍କୁ ଜଣେ ଅଲଗା ଜାତିର ଝିଅ ସହ ପ୍ରେମ ହେଉଛି । ତାହାପରେ ଦେଖିବାକୁ ମିଳିବ ପ୍ରେମ ଓ ଜାତିଗତ ଭେଦଭାବ ମଧ୍ୟରେ ଦମଦାର ଲଢେଇ । 

ଫିଲ୍ମର ସମସ୍ତ ସିନ୍ ଉତ୍ତରପ୍ରଦେଶର ମାହୋଲକୁ ନେଇ ନିର୍ମିତ ହୋଇଛି । ତେବେ ଟ୍ରେଲରକୁ ଦେଖିଲେ ଫିଲ୍ମ ଦମଦାର ହେବ ବୋଲି ଅନୁମାନ କରାଯାଉଛି ।