Home > ମନୋରଞ୍ଜନ
ସଭରକରଙ୍କ ସହ ଆମ ପରିବାରର ଥିଲା ଘନିଷ୍ଠ ସଂପର୍କ, ପିତାଙ୍କ ପାଇଁ ଲେଖିଥିଲେ ନାଟକ
Khabar Odisha:entertainment-bollywood-lata-mangeshkar-tweet-about-veer-savarkar
ମୁମ୍ବାଇ,ସେପ୍ଟେମ୍ବର୧୯(ଖବର ଓଡ଼ିଶା):

ବୀର ସଭରକରଙ୍କୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଅନ୍ୟପଟେ ସୁର ସାମାଜ୍ଞ୍ରୀ ଲତା ମଙ୍ଗେସକର ସଭରଙ୍କର ସହିତ ତାଙ୍କର ଘନିଷ୍ଠ ସଂପର୍କ ବିଷୟରେ ଉଲ୍ଲେଖ କରି ବିରୋଧୀଙ୍କୁ  ଉପଦେଶ ଦେବାକୁ ଚେଷ୍ଟା କରିଛନ୍ତି। ଲତା ଗୁରୁବାର  ଟ୍ଵିଟ୍ କରି କହିଛନ୍ତି ଯେ ବୀର ସଭରକର ଓ ତାଙ୍କ ପରିବାର ମଧ୍ୟରେ ଘନିଷ୍ଠ ସଂପର୍କ ଥିଲା। ଏଥିପାଇଁ ସେ ମୋ ପିତାଙ୍କ ନାଟକ କମ୍ପାନୀ ପାଇଁ ନାଟ୍ୟ ରଚନା କରୁଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବେ ମଧ୍ୟ ସଭରକରଙ୍କୁ ନେଇ ଭିନ୍ଗ ଭିନ୍ନ ପ୍ରକାରର ମନ୍ତବ୍ୟ-ଟିପ୍ପଣୀ ଓ ବିରୋଧ ହେବା ପରେ ଲତା ଟ୍ଵିଟ୍ କରି କହିଥିଲେ ଯେ ସେ ଜାଣିବାକୁ ଚାହୁଁ ନାହାନ୍ତି ଯେ ବୀର ସଭରକର କେତେ ବଡ଼ ଦେଶଭକ୍ତ ଥିଲେ। 

ଦେଶର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟିକା ଲତା ମଙ୍ଗେସକର କହିଛନ୍ତି ଯେ ଏହି ନାଟକର ପ୍ରଥମ ପରିବେଷଣ ୧୯୩୧ ସେପ୍ଟେମ୍ବର ୧୮ରେ ହୋଇଥିଲା। ନିଜ ଟ୍ଵିଟ୍ ସହିତ ଲତାଜୀ ୩.୦୫ ମିନିଟର ଏହି ନାଟକର ଏକ ଗୀତ ମଧ୍ୟ ପୋଷ୍ଟ କରିଛନ୍ତି।

ଏହା ପୂର୍ବରୁ ମେ ୨୮ରେ ସଭକରଙ୍କ ଜୟନ୍ତୀରେ ମଧ୍ୟ ଲତା ଟ୍ଵିଟ୍ କରିଥିଲେ। ସେ ଲେଖିଥିଲେ ଯେ ଆଜି ସଭରକରଙ୍କ ଜୟନ୍ତୀ। ମୁଁ ତାଙ୍କର ବ୍ୟକ୍ତିତ୍ଵକୁ ଏବଂ ଦେଶଭକ୍ତିକୁ ପ୍ରଣାମ କରୁଛି। ଆଜିକାଲି କିଛି ଲୋକ ସଭରକରଙ୍କ ବିରୋଧରେ କଥା କହୁଛନ୍ତି, ମାତ୍ର ସେମାନେ ଜାଣି ନାହାନ୍ତି ସଭରକର କେତେ ବଡ଼ ଦେଶଭକ୍ତ ଓ ସ୍ଵାଭିମାନୀ ଥିଲେ। 

ଉଲ୍ଲେଖଯୋଗ୍ୟ ଗୋଟିଏ ଦିନ ପୂର୍ବେ ମୁମ୍ବାଇର ଏକ ଅଦାଲତ ବୀର ସଭରକରଙ୍କୁ କଥିତ ରୂପେ ଦେଶଦ୍ରୋହୀ କହିବାରୁ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପାର୍ଟି ବିରୋଧରେ ମାନହାନୀ ଯାଞ୍ଚର ଆଦେଶ ଦେଇଛନ୍ତି। ସ୍ଵାଧୀନତା ସଂଗ୍ରାମୀ ବୀର ସଭରକରଙ୍କ ନାତୁଣୀ ରଞ୍ଜିତ ସଭରକର ଭୋଝଓ୍ଵାଡ଼ାର ଅଦାଲତରେ ଏହି ସମ୍ବନ୍ଧରେ ଅଭିଯୋଗ ଦାଖଲ କରିଥିଲେ। 

ଅଭିଯୋଗରେ ରାହୁଲ ଗାନ୍ଧୀ, ତାଙ୍କ ମା ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପାର୍ଟିର ନାମ ଉଲ୍ଲେଖ ରହିଛି। ଅଭିଯୋଗ ହୋଇଛି ଯେ ଏହି ସବୁ ବ୍ୟକ୍ତି ବିଶେଷ ଦାମୋଦର ସଭରକରଙ୍କ ବିରୋଧରେ ଟ୍ଵିଟରରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।