Home > ମନୋରଞ୍ଜନ
60 ବର୍ଷ ବୟସରେ ଛୋଟ ଡ୍ରେସ ପିନ୍ଧିଲେ ଏହି ଅଭିନେତ୍ରୀ, ଫଟୋ ଦେଖି ପାଗଳ ହେଲେ ପ୍ରଶଂସକ
Khabar Odisha:entertainment-bollywood-neena-gupta-photo-in-little-dress-is-going-viral-on-instagram
ନୂଆଦିଲ୍ଲୀ, ଡିସେମ୍ଵର ୦୭ (ଖବର ଓଡିଶା) :

ବଲିଉଡରେ ଅଭିନେତ୍ରୀମାନଙ୍କୁ ନିଜକୁ ଗ୍ଲାମରିଅସ୍ ଦେଖାଇବା ଫିଲ୍ମରେ କାମ କରିବା ସମାନ  । ଯଦିଓ ବୟସ  ବଢିବା ସଙ୍ଗେ ସଙ୍ଗେ ଅଭିନେତ୍ରୀମାନେ ନିଜର ଫିଟନେସ ଉପରେ ଧ୍ୟାନ ଦେବା ବନ୍ଦ କରି ଦେଇଥାନ୍ତି ଏବଂ ତାଙ୍କର ସତେଜତା ଓ ଉଜ୍ଵଳତା ମଧ୍ୟ ଉଭେଇ ଯାଇଥାଏ ।  କିନ୍ତୁ ଅଭିନେତ୍ରୀ ନିନା ଗୁପ୍ତାଙ୍କ କଥା କିଛି ନିଆରା । ଜଣେ ଭଲ ଅଭିନେତ୍ରୀ ସହ ତାଙ୍କର ସୁନ୍ଦରତା ପାଇଁ ମଧ୍ୟ ସେ ବେଶ ପରିଚିତ । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିବା ପରେ ଲୋକେ ତାଙ୍କର ଦିଓ୍ଵାନା ହେବାରେ ଲାଗିଛନ୍ତି । ନିନା ଏହି ଫଟୋରେ ଗୋଟେ ଛୋଟ ଡ୍ରେସ ପନ୍ଧିଥିବା ନଜରରେ ଆସିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ପ୍ରିଣ୍ଟେଡ ଫ୍ରକ୍‌ ପିନ୍ଧିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ ଫ୍ରକ୍ ଇଜ ମାଇ ସକ୍ । ନିନାଙ୍କ ଏହି ଆକର୍ଷଣୀୟ ଫଟୋ ସମସ୍ତଙ୍କୁ ଆକୃଷ୍ଟ କରୁଛି । ନିନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳ ନିନା ସୋସିଆଲ ମିଡିଆରେ ଏପରି ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ସେ ଅନେକ ଥର ନିଜ ଶୈଳୀରେ ଲୋକମାନଙ୍କ ମନକୁ ଜିତିଛନ୍ତି । ନିନା ଗୁପ୍ତାଙ୍କୁ ଶେଷ ଥର ପାଇଁ ବଧାଇ ହୋ ଫିଲ୍ମରେ ଦେଖିବାକୁ ମିଳିଥିଲା ।