Home > ମନୋରଞ୍ଜନ
ପ୍ରଥମ ଦିନରେ ବକ୍ସ ଅଫିସରେ ୨୯.୧୬କୋଟି ବ୍ୟବସାୟ କଲା ମିଶନ ମଙ୍ଗଲ
Khabar Odisha:entertainment-bollywood-odisha-1st-day-box-office-collection-film-mission-mangal
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡିଶା) :

ବଲିଉଡର ଆଗଧାଡିର ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ମିଶନ ମଙ୍ଗଲ ଅଗଷ୍ଟ ୧୫ରେ ରିଲିଜ ହୋଇଛି । ଫିଲ୍ମ ରିଲିଜ ହେବାର ଆରମ୍ଭ ଦିନରେ ବକ୍ସ ଅଫିସରେ ବମ୍ପର ବ୍ୟବସାୟ କରିଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁଲହାରୀ, ଶରମନ ଜୋଶୀ, ନିତ୍ୟା ମେନନ, ସଞ୍ଜୟ କପୁର, ଜୀଶାନ ଆୟୁବ ମୁଖ୍ୟ ଭୂମିକାରେ ଅଛନ୍ତି । ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି । 

ପ୍ରଥମ ଦିନରେ ମିଶନ ମଙ୍ଗଲ ୨୯.୧୬କୋଟି ବ୍ୟବସାୟ କରିଛି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ମୁତାବକ, ପ୍ରଥମ ଦିନରେ ମିଶନ ମଙ୍ଗଲ ଧମାଲ କରିଛି । ଫିଲ୍ମର କାହାଣୀ ୨୦୧୦ରୁ ଆରମ୍ଭ ହୋଇଥିଲା । ଯେଉଁ ସମୟରେ ରାକେଶ ତାରା ସହ ମିଶି ଜିଏସଏଲବି ସି -୩୯ ନାମକ ମିଶନ ଅନ୍ତର୍ଗତ ଏକ ରକେଟ ଲଂଚ୍ କରିଥିଲେ । କିନ୍ତୁ ଏଥିରେ ତାଙ୍କୁ ସଫଳତା ମିଳି ନଥିଲା । ଦୁର୍ଭାଗ୍ୟବଶଃତ ରାକେଶଙ୍କର ଏହି ମିଶନ ଫେଲ ହୋଇଥିଲା । ଏହାପରେ ରାକେଶଙ୍କୁ ମାର୍ସ ପ୍ରୋଜେକ୍ଟରେ ପଠାଯାଇଥିଲା । ସେଠାରେ ପୁଣି ଥରେ ତାଙ୍କ ମୁଣ୍ଡରେ ମିଶନ ମଙ୍ଗଲର ବୁଦ୍ଧି ଆସିଥିଲା । ଏହି ଯୋଜନାକୁ ନେଇ ତାରା ଏବଂ ରାକେଶ ଇସ୍ରୋର ମୁଖ୍ୟଙ୍କୁ ସାକ୍ଷାତ କରିଥିଲେ ଏବଂ ମିଶନ ବିଷୟରେ କହିଥିଲେ । କିନ୍ତୁ ସେତେବେଳେ ତାଙ୍କ ନିକଟରେ ବଜେଟର ସବୁଠାରୁ ବଡ ସମସ୍ୟା ଥିଲା । କିନ୍ତୁ ଶେଷରେ ରାକେଶଙ୍କ ଜିଦ୍ ଏବଂ ଅଧ୍ୟବସାୟ ତାଙ୍କୁ ସଫଳ କରାଇଥିଲା ।