Home > ମନୋରଞ୍ଜନ
କଳା ଲୁଙ୍ଗି ଏବଂ ଗଳାରେ ମୋଟା ଚେନ ପିନ୍ଧି ଢାସୁ ଲୁକରେ ଆସୁଛନ୍ତି ବଚ୍ଚନ ପାଣ୍ଡେ
Khabar Odisha:entertainment-bollywood-odisha-akshay-kumar-shocking-look-from-upcoming-film-bachchan-pandey-going-viral
ନୂଆଦିଲ୍ଲୀ, ଜୁଲାଇ ୨୬ (ଖବର ଓଡିଶା) :

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଢାସୁ ଫିଲ୍ମରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ତାଙ୍କର ଫିଲ୍ମ ମିଶନ ମଙ୍ଗଳର ଏକ ଧମାକାଦାର ଟ୍ରେଲର ରିଲିଜ ହୋଇଥିଲା । ତେବେ ଏହି ଟ୍ରେଲର ସହ ପୁଣି ଥରେ ଅକ୍ଷୟ କୁମାର ଆଉ ଏକ ଜବରଦସ୍ତ ଧମାକା କରିଛନ୍ତି । ତାଙ୍କର ଆଉ ଏକ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଲୁକରେ ଅକ୍ଷୟଙ୍କୁ ଚିହ୍ନିବା ଏବେ ମୁସ୍କିଲ ହୋଇ ପଡିଛି । ଏହି ଫଟୋ ସହ ଅକ୍ଷୟ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । 

ଅକ୍ଷୟ କୁମାର ଗଳାରେ ମୋଟା ଚେନ୍, କଳା ଲୁଙ୍ଗି ପିନ୍ଧିଛନ୍ତି । ତାଙ୍କ ମଥାରେ ଚନ୍ଦନ ଟିକା ଲାଗିଛି । ସେ ବଚ୍ଚନ ପାଣ୍ଡେର ପ୍ରଥମ ଲୁକ ସେୟାର କରି ଲେଖିଛନ୍ତି କି, ସାଜିଦ ନାଡିୟାବାଲାଙ୍କ ଆଗାମୀ ଫିଲ୍ମ, ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ବଚ୍ଚନ ପାଣ୍ଡେ ହୋଇ ୨୦୨୦ର କ୍ରିଶମାସ୍ ରେ ଆସୁଛି ।

ଅକ୍ଷୟଙ୍କ ଏହି ଲୁକ ସମସ୍ତେ ପସନ୍ଦ କରିଛନ୍ତି । ଯଦି ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ ତେବେ ଅମିର ଖାନଙ୍କ ଫିଲ୍ମ ଲାଲ ସିଂହ ଚଢା ସହ ଏହାର ମୁକାବିଲା ହେବ । କେବଳ ସେତିକି ନୁହେଁ ଏହି ଦିନ ରଣବୀର କପୁର, ଅଜୟ ଦେଭଗନଙ୍କ ଫିଲ୍ମ ରିଲିଜ ହେଉଛି ।