Home > ମନୋରଞ୍ଜନ
ଜାତିପ୍ରଥା ଭଳି ଗମ୍ଭୀର ବିଷୟବସ୍ତୁ ଉପରେ ଆଧାରିତ ଆର୍ଟିକିଲ ୧୫ର ନୂଆ ଟ୍ରାକ୍ ରିଲିଜ୍
Khabar Odisha:entertainment-bollywood-odisha-article-15-song-out-naina-yeh-ayushmann-khurrana-romantic-track
ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡିଶା) :

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ ୧୫ର ରୋମାଂଟିକ ଟ୍ରାକ୍ ରିଲିଜ ହୋଇଛି । ଗୀତଟି ହେଉଛି “ନୈନା ୟେ” । ଏହି ଗୀତରେ ଆୟୁଷ୍ମାନ ଖୁରାନା ଏବଂ ଇଶା ତଲୱାର ନଜର ଆସିଛନ୍ତି । ଏଥିରେ ୟାସିର ଦେଶାଇ ଏବଂ ଆକାଂକ୍ଷା ଶର୍ମା କଣ୍ଠଦାନ କରିଛନ୍ତି । ପୀୟୁଷ ଶଙ୍କର ଏହି ଗୀତରେ ମ୍ୟୁଜିକ କମ୍ପୋଜ କରିଛନ୍ତି । 

ଗୀତଟି ସୋସିଆଲ ମିଡିଆରେ ବେଶ୍ ଆଦୃତ ହୋଇଛି । ତେବେ କିଛି ଲୋକମାନେ କହୁଛନ୍ତି କି, ଏହାର ମ୍ୟୁଜିକ ଅଦନାନ ସାମୀଙ୍କ ତେରା ଚେହରା ଭଳି ରହିଛି । ଜଣେ ୟୁଜର ଲେଖିଛନ୍ତି କି, ରିମେକ ଶୁଣି ଶୁଣି ବୋର ହୋଇ ଯାଇଥିଲୁ । କିଛି ନୂଆ ଶୁଣି ଖୁସୀ ଲାଗିଲା । ଏଥିରେ ଆୟୁଷ୍ମାନ ଖୁରାନା ଏବଂ  ଇଶା ତଲୱାରଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । 

ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତରେ ନିର୍ମିତ ଏହି ଫିଲ୍ମ ଜୁନ ୨୮ରେ ରିଲିଜ ହେବାକୁ ଯାଉଛି । ଟ୍ରେଲରରେ ଆୟୁଷ୍ମାନଙ୍କ ଭୂମିକାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି । ଏହାର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ।