Home > ମନୋରଞ୍ଜନ
ବିହାରର ୨୧୦୦ କୃଷକଙ୍କ ଋଣଛାଡ କରି ନିଜ ବୈଦାନ୍ୟତାର ପରିଚୟ ଦେଲେ ଅମିତାଭ
Khabar Odisha:entertainment-bollywood-odisha-bollywood-amitabh-bachchan-pays-off-2100-farmers-of-bihar-details-shared-in-his-blog
ନୂଆଦିଲ୍ଲୀ, ଜୁନ ୧୨ (ଖବର ଓଡିଶା) :

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ପୁଣି ଥରେ ନିଜର ମହାନତା ଦେଖାଇଛନ୍ତି । ବିହାରର ୨ହଜାରରୁ ଅଧିକ କୃଷକଙ୍କ ଋଣ ପରିଶୋଧ କରିଛନ୍ତି । ଏହି ବିଷୟରେ ଅମିତାଭ ନିଜ ବ୍ଲଗରେ ଲେଖିଛନ୍ତି କି, ଏକ ପ୍ରତିଜ୍ଞା କରିଥିଲି ଯାହାକୁ ଏବେ ପୂରଣ କଲି । ବିହାରରେ ଏମିତି ବହୁ କୃଷକ ଅଛନ୍ତି ଯେଉଁମାନଙ୍କର ଋଣଭାର ତଳେ ଚାପି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧୦୦ଙ୍କୁ ମନୋନୀତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ କେତେକ କୃଷକଙ୍କୁ ଶ୍ୱେତା ଏବଂ ଅଭିଶେକ ନିଜ ହାତରେ ଟଙ୍କା ଦେଇଛନ୍ତି । 

ଅମିତାଭ ଏହା ପୂର୍ବରୁ ଲେଖିଛନ୍ତି କି, ଯେଉଁ ଲୋକମାନେ ଋଣ ପରିଶୋଧ କରିବା ପାଇଁ ଅସମର୍ଥ ସେମାନଙ୍କ ପାଇଁ ଏହା ଏକ ଉପହାର । 

କୃଷକଙ୍କୁ ସାହାଯ୍ୟ କରିବା ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ସେ ସର୍ବଦା ଆଗରେ ଅଛନ୍ତି । ଗତ ବର୍ଷ ସେ ଉତର ପ୍ରଦେଶର ଏକ ହଜାରରୁ ଅଧିକ କୃଷକଙ୍କ ଋଣଛାଡ କରିଥିଲେ । କେବଳ ସତେିକି ନୁହେଁ ଅମିତାଭ ଏହା ମଧ୍ୟ ଲେଖିଛନ୍ତି କି, ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।