Home > ମନୋରଞ୍ଜନ
ପାହାଚ ଚଢି ଚାଲିଛନ୍ତି ରାନୁ, ହିମେଶ ରେଶମିୟାଙ୍କ ଫିଲ୍ମରେ ଆଉ ଏକ ଗୀତ ରେକଡିଙ୍ଗ୍
Khabar Odisha:entertainment-bollywood-odisha-bollywood-ranu-mondal-second-song-aadat-himesh-reshammiya-film-happy-hardy-and-heer-after-teri-meri-kahani-video-himesh-reshammiya-instagram-video
ନୂଆଦିଲ୍ଲୀ, ଅଗଷ୍ଟ ୩୦ (ଖବର ଓଡିଶା) :

ଆପଣଙ୍କର ପ୍ରତିଭା ଆପଣଙ୍କୁ କେଉଁଠାରୁ କେଉଁଠାକୁ ପହଁଚାଇ ଦିଏ। ଏଭଳି ଏକ ଭିନ୍ନ ପ୍ରତିଭା ରାନୁ ମଣ୍ଡଳ ଦିନେ ଷ୍ଟେସନରେ ବୁଲି ଗୀତ ଗାଉଥିଲରେ ଆଜି ସେ ତାଙ୍କର ସୁମଧୁର ସ୍ଵର ଏବଂ ଅସାଧାରଣ ପ୍ରତିଭା ବଳରେ ବଲିଉଡକୁ ଗୋଟିଏ ପରେ ଗୋଟିଏ ଗୀତ ଦେଇ ଚାଲିଛନ୍ତି। ଏହି କ୍ରମରେ ହିମେଶ ରେଶମିୟାଙ୍କ ସହ ତାଙ୍କର ଆଉ ଏକ ଗୀତର ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି। 

ହିମେଶ ରାନୁଙ୍କର ଗୀତର ଭିଡିଓ ସେୟାର କରି ଲେଖିଛନ୍ତି କି, ଐତିହାସିକ ବ୍ଲକ ବଷ୍ଟର ଗୀତ ତେରି ମେରି କାହାନୀ ପରେ ରାନୁ ମଣ୍ଡଳଙ୍କର ସୁମଧୁର ସ୍ଵରରେ ଏବେ ଫିଲ୍ମ ହ୍ୟାପି ହାର୍ଡ ଔର ହିରୋର ନୂଆ ଗୀତ ଆଦତ ରେକର୍ଡ ହୋଇଛି। ଏହା ଏକ ଛୋଟ ଝଲକ। ଆପଣଙ୍କର ଭଲପାଇବା ଓ ଆର୍ଶୀବାଦ ପାଇଁ ଧନ୍ୟଵାଦ। 

ଏହି ଭିଡିଓରେ କେବଳ ଆଳାପ ରହିଛି। ଭିଡିଓରେ ପ୍ୟନ୍ସଙ୍କର ପ୍ରତିକ୍ରିୟା ଦେଖି ଆପଣଙ୍କୁ ଫ୍ୟାନ ଫଲୋଇଙ୍ଗ ବିଷୟରେ ଜଣା ପଡିଯିବ। ପ୍ରାୟ ସମସ୍ତେ ରାନୁଙ୍କ ସୁମଧୁର ସ୍ଵରରେ ଦିୱାନୀ ଅଛନ୍ତି। ରାନୁ ଏବେ ବଲିଉଡରେ ପ୍ଲେ ବ୍ୟାକ୍ ସିଙ୍ଗର ହୋଇ ପାରିଛନ୍ତି।