Home > ମନୋରଞ୍ଜନ
ବକ୍ସ ଅଫିସରେ ଧମାଲ କଲା “ଆର୍ଟିକିଲ ୧୫”, ତିନି ଦିନରେ ୨୦ କୋଟି ବ୍ୟବସାୟ
Khabar Odisha:entertainment-bollywood-odisha-box-office-collection-article-15-of-three-days-earn-total-20-crore
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡିଶା) :

 ଜୁନ ଶେଷ ସପ୍ତାହରେ ରିଲିଜ୍ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ ୧୫ ବକ୍ସ ଅଫିସରେ ତିନି ଦିନ ମଧ୍ୟରେ ୨୦ କୋଟି ଟଙ୍କାର ବ୍ୟବସାୟ କରିଛି । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଆୟୁଷ୍ମାନ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କ ବ୍ୟତୀତ ଇଶା ତଲୱାର, ଏମ ନାସର, ମନୋଜ ପହୱା, ମୟାନୀ ଗୁପ୍ତା, କୁମୁଦ ମିଶ୍ରା, ମହମ୍ମଦ ଜିଶାନ ଆୟୁବ ସାମିଲ ଅଛନ୍ତି । 

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଂଟରେ ଫିଲ୍ମର ବ୍ୟବସାୟ ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି, ଶୁକ୍ରବାର ଫିଲ୍ମ ୫.୦୨ କୋଟି ବ୍ୟବସାୟ କରିଥିବା ସମୟରେ ଶନିବାର ୭.୨୫ କୋଟି ଏବଂ ରବିବାର ୭.୭୭ କୋଟି ବ୍ୟବସାୟ କରିଛି । ଏପର୍ଯ୍ୟନ୍ତ ଫିଲ୍ମ ୨୦.୦୪ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି । 

ଆର୍ଟିକିଲ ୧୫ର କାହାଣୀ ୨୦୧୪ରେ ବନ୍ଦାୟୁ ଗଣଦୁଷ୍କର୍ମ ଉପରେ ଆଧାରିତ । ଦେଶର ସମ୍ବିଧାନରେ ଆର୍ଟିକିଲ ୧୫ରେ ସମାନତା ଅଧିକାର ବିଷୟରେ ଲେଖାଯାଇଛି । କିନ୍ତୁ ବର୍ତମାନର ପରିସ୍ଥିତିକୁ ଦେଖିଲେ ସମାଜରେ କୌଣସୀ ପ୍ରକାରର ସମାନତା ଥିବା ପରିଲଖିତ ହେଉ ନାହିଁ । ଫିଲ୍ମର ଆରମ୍ଭ ଦୁଇଟି ଝିଅଙ୍କର ଗଣଦୁଷ୍କର୍ମ ଏବଂ ହତ୍ୟାରୁ ହୋଇଛି । ଏଥିରେ ଆଇପିଏସ୍ ଅଧିକାରୀ ଭୂମିକାରେ ଆୟୁଷ୍ମାନ ଅଛନ୍ତି ।