Home > ମନୋରଞ୍ଜନ
୧୦୦ କୋଟି କ୍ଲବରେ ସାମିଲ ହେଲା ଡ୍ରିମ ଗାର୍ଲ
Khabar Odisha:entertainment-bollywood-odisha-box-office-collection-dream-girl-in-100-cr-club-ayushmann-khurrana
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡିଶା) :

ଆୟୁଷ୍ମାନ ଖୁରାନା ତାଙ୍କ ଫିଲ୍ମକୁ ଏଭଳି ଉପସ୍ଥାପନ କରନ୍ତି ଯେପରି ତାହା ଅନ୍ୟମାନଙ୍କୁ ହୃଦୟକୁ ଛୁଇଁଯିବ। ନିକଟରେ ତାଙ୍କ ଫିଲ୍ମ ଡ୍ରିମ ଗାର୍ଲର ଯାଦୁ ବକ୍ସ ଅଫିସରେ ଚଢିଛି। ଏହା ଏବେ ଚଳିତ ସପ୍ତାହରେ ରିଲିଜ୍ ହୋଇଥିବା ଫିଲ୍ମ ଗୁଡିକୁ ପଛରେ ପକାଇ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। 

ବକ୍ସ ଅଫିସର ରେକର୍ଡ ଦେଖିଲେ ଜଣା ପଡୁଛି କି, ଏବେ ଦର୍ଶକଙ୍କୁ ପୂଜାଙ୍କ ସ୍ଵର କିମିଆ କରିଛି। ତେବେ ଫିଲ୍ମର ବ୍ୟବସାୟ ଦିନକୁ ଦିନ ବଢିବାକୁ ଲାଗିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ବ୍ୟବସାୟ ଆକଳନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତରଣ ଆଦର୍ଶଙ୍କ ଟ୍ଵିଟ୍ ମୁତାବକ, ଫିଲ୍ମ ଡ୍ରିମ୍ ଗାର୍ଲ ଶୁକ୍ରବାର ୫.୩୦ କୋଟି, ଶନିବାର ୯.୧୦ କୋଟି, ରବିବାର ୧୧.୦୫ କୋଟି ବ୍ୟବସାୟ କରିଥିଲା। ଶନିବାର ଏହି ଫିଲ୍ମ ୯.୧୦ କୋଟି, ରବିବାର ୧୧.୦୫ କୋଟି ବ୍ୟବସାୟ କରିଥିଲା। ସେହି ସମୟରେ ଫିଲ୍ମ ସୋମବାର ଦିନ ୩.୭୫ କୋଟି ବ୍ୟବସାୟ କରି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ସୋମବାରର ବ୍ୟବସାୟ ପରେ ଫିଲ୍ମର ଟୋଟାଲ କଲେକ୍ସନ ୧୦୧.୪୦ କୋଟିରେ ପହଁଚିଛି।