Home > ମନୋରଞ୍ଜନ
ୱାରର ଟ୍ରେଲର ରିଲିଜ୍, ଆକ୍ସନ ମୁଡରେ ହ୍ରିତ୍ୱିକ-ଟାଇଗର
Khabar Odisha:entertainment-bollywood-odisha-hrithik-roshan-and-tiger-shroff-action-film-war-trailer-release
ନୂଆଦିଲ୍ଲୀ, ଅଗଷ୍ଟ ୨୮ (ଖବର ଓଡିଶା) :

ହ୍ରିତ୍ୱିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ୱାରର ଟ୍ରେଲର ରିଲିଜ ହୋଇଛି । ପ୍ରଥମ ଥର ପାଇଁ ବଲିଉଡ ଦୁଇ ହ୍ୟାଣ୍ଡସମ ହଙ୍କଙ୍କୁ ଏକ ସହ ପରଦାରେ ଦେଖାଇବ । ୱାରରେ ଦର୍ଶକମାନେ ଦମଦାର ଷ୍ଟଣ୍ଟ, ଆକ୍ସନ ସିନ, ଫାଇଟ୍ ସିକୁଏନ୍ସ ଦେଖିବାକୁ ପାଇବେ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି । 

୨ମିନିଟ ୨୫ସେକେଣ୍ଡର ଏହି ଟ୍ରେଲରରେ ଆକ୍ସନ ଜବରଦସ୍ତ ରହିଛି । ଫିଲ୍ମରେ ଟାଇଗର ଶ୍ରଫଙ୍କୁ ହ୍ରିତ୍ୱିକଙ୍କ ଜୁନିଅର ଦର୍ଶାଯାଇଛି । ହ୍ରିତ୍ୱିକଙ୍କୁ ଖୋଜିବା ପାଇଁ ଟାଇଗରଙ୍କୁ ପଠାଯାଇଛି । ଏହା ପରେ ଦେଖିବାକୁ ମିଳୁଛି ଦୁଇ ଷ୍ଟାରଙ୍କ ମଧ୍ୟରେ ୱାର । ଟ୍ରେଲରର ଗୋଟିଏ ଗୋଟିଏ ସିନ ଭିଜୁଆଲ ଟ୍ରିଟ୍ ରହିଛି । ଆକ୍ସନ ଏବଂ ଆଡଭେନଚର ମଧ୍ୟରେ ସୁନ୍ଦର ଭିଜୁଆଲ ଫିଲ୍ମକୁ ଖାସ୍ ଦେଖାଉଛି । 

ଏହି ଫିଲ୍ମକୁ ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଫିଲ୍ମ ୱାର ୭ଟି ଅଲଗା ଅଲଗା ଦେଶ ଓ ୧୫ଟି ସହରରେ ସୁଟିଙ୍ଗ କରାଯାଇଛି । ଟ୍ରେଲରରେ ହ୍ରିତ୍ୱିକ୍ ଓ ଟାଇଗରଙ୍କ ବ୍ୟତୀତ ବାଣୀ କାପୁର ନଜର ଆସିଛନ୍ତି । ତେବେ ଏହି ଫିଲ୍ମର ଦମଦାର ଟ୍ରେଲର ଦେଖି ଲାଗୁଛି ଏହା ପୁରୁଣା ଫିଲ୍ମ ରେକର୍ଡ ଭାଙ୍ଗିବ ।