Home > ମନୋରଞ୍ଜନ
ସୁପର ୩୦ର “ବାସନ୍ତି ନୋ ଡ୍ୟାନ୍ସ” ରିଲିଜ୍, ଦେଖନ୍ତୁ ଭିଡିଓ
Khabar Odisha:entertainment-bollywood-odisha-hrithik-roshan-super-30-song-basanti-no-dance-is-full-of-fun-watch-video
ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡିଶା) :

ହ୍ରିତ୍ୱିକ୍ ରୋଶନଙ୍କ ଅପକମିଙ୍ଗ ଫିଲ୍ମ ସୁପର ୩୦ର ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତର ନାମ ବାସନ୍ତୀ ନୋ ଡ୍ୟାନ୍ସ ରହିଛି । ଏଥିରେ ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତ୍ୱିକ ନିଜ ଛାତ୍ରଙ୍କୁ ହୋଲିରେ ଇଂଗ୍ରେଜୀ ଗୀତରେ ଡ୍ୟାନ୍ସ କରିବାକୁ କହିଛନ୍ତି । ଛାତ୍ରମାନଙ୍କୁ ଠିକ୍ ଭାବରେ ଇଂଗ୍ରାଜୀ କହି ଆସିନଥିବା କାରଣରୁ ସେମାନେ ଓଲଟା ସିଧା ଇଂରାଜୀ ଗୀତରେ ନାଚୁଥିବା ଦେଖାଯାଇଛି । 

ଗୀତର ଏହି କଥା ବୀରୁ ଏବଂ ଧର୍ମେନ୍ଦ୍ରଙ୍କ ଡାଇଲଗ ବାସନ୍ତି ଇନ କୁତୋଂକେ ସାମ୍ନେ ମତ ନାଚନାରୁ ପ୍ରେରିତ । ଏଥିରେ ପିଲାମାନେ କହୁଛନ୍ତି କି, ତାଙ୍କୁ ଇଂରାଜୀ କହି ଆସି ନଥିଲେ ମଧ୍ୟ ସେମାନେ ଚୁପ୍ ବସିବେ ନାହିଁ । ସେମାନଙ୍କୁ ଯେମିତି ଇଂରାଜୀ ଆସିଛି ସେମାନେ ସେମିତି ଇଂରାଜୀ କହିବେ । ଏଥିରେ ହ୍ରିତ୍ୱିକ୍ ପିଲାଙ୍କ ମନରୁ ଇଂରାଜୀ ପ୍ରତି ଥିବା ଭୟକୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । 

ସୁପର ୩୦ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀରୁ ପ୍ରେରିତ । ହ୍ରିତ୍ୱିକ୍ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ସେ ପିଲାମାନଙ୍କୁ ଆଇଆଇଟି ପାଇଁ ପ୍ରସ୍ତୁତ କରାଉଛନ୍ତି । ଫିଲ୍ମର ଆଉ ଦୁଇଟି ଗୀତ ରିଲିଜ ହୋଇ ସାରିଛି । ତେବେ ଫ୍ୟାନ୍ସମାନେ ଏହି ଫିଲ୍ମର ଗୀତଗୁଡିକୁ ଖୁବ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହା ବେଶ୍ ଆଦୃତ ହୋଇଛି ।