Home > ମନୋରଞ୍ଜନ
ଜୟ ଜୟ ଶିବ ଶଙ୍କରର ଭିଡିଓ ରିଲିଜ୍, କମାଲ ଡ୍ୟାନ୍ସରେ ଧମାଲ କଲେ ହ୍ରିତ୍ଵିକ୍-ଟାଇଗର୍
Khabar Odisha:entertainment-bollywood-odisha-jai-jai-shivshankar-hrithik-roshan-tiger-shroff-song-from-war-is-a-dance-treate-watch-video
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

 ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ୱାରର ଦ୍ଵିତୀୟ ଗୀତ ଜୟ ଜୟ ଶଙ୍କର ରିଲିଜ୍ ହୋଇଛି। ହୋଲିର ରଙ୍ଗରେ ରଙ୍ଗୀନ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଯେଉଁଥିରେ ଟାଇଗର ନିଜ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି। ହ୍ରିତ୍ଵିକ୍ ଏବଂ ଟାଇଗର ଦୁହେଁ ବଲିଉଡର ଜବରଦସ୍ତ ଡ୍ୟାନ୍ସର। ଏହି କାରଣରୁ ଜୟ ଜୟ ଶଙ୍କର ଗୀତକୁ ଫ୍ୟାନ୍ସମାନେ ଅପେକ୍ଷା କରି ରହିଥିଲେ। 

ଢୋଲ ଏବଂ ମ୍ୟୁଜିକର ତାଳେତାଳେ ହ୍ରିତ୍ଵିକ୍-ଟାଇଗର ଡ୍ୟାନ୍ସ କରିଛନ୍ତି। ଏହି ଗୀତର ଲାଇନ୍ ରହିଛି ଜୟ ଜୟ ଶିବ ଶଙ୍କର, ଆଜ ମୁଡ ହୈ ଭୟଙ୍କର। ଯାହା ଆପଣମାନଙ୍କୁ ଖୁବ୍ ପସନ୍ଦ ଆସିବ। ବିଶାଲ ଶେଖର ଏଥିରେ ମ୍ୟୁଜିକ ଦେଇଛନ୍ତି। ବିଶାଲ ଦଦଲାନୀ ଏବଂ ବୈନୀ ଦୟାନ ଏଥିରେ କଣ୍ଠଦାନ କରିଛନ୍ତି। 

ଏହି ଗୀତ ରିଲିଜ ହେବା ପୂର୍ବରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି କି, ଏହି ଦୁଇ ଷ୍ଟାରଙ୍କୁ ଏକ ସହ ଆଣିବା ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ। ୱାର ଆସିବା ପୂର୍ବରୁ ଫ୍ୟାନ୍ସମାନେ ଦୁଇ ସର୍ବଶ୍ରେଷ୍ଠ ଡ୍ୟାନସର ଟାଇଗର ଓ ହ୍ରିତ୍ଵିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଦେଖିବାକୁ ଚାହୁଁଥିଲେ। ଏହି ଦୁଇ ଷ୍ଟାରଙ୍କୁ ଏବେ ଗୋଟିଏ ଫିଲ୍ମରେ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷାକରି ରହିଛନ୍ତି।