Home > ମନୋରଞ୍ଜନ
କବୀର ସିଂହର ଦ୍ୱିତୀୟ ଗୀତ “କିତନା ଚାହନେ ଲଗେ” ରିଲିଜ୍
Khabar Odisha:entertainment-bollywood-odisha-kabir-singh-tujhe-kitna-chahne-lage-out-arijit-singh-song-for-shahid-kapoor
ନୂଆଦିଲ୍ଲୀ, ଜୁନ ୦୨ (ଖବର ଓଡିଶା) :

ଶାହିଦ କପୁର ଏବେ ନିଜ ଫିଲ୍ମ କବୀର ସିଂହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ କବୀର ସିଂହ ଦକ୍ଷିଣର ବ୍ଲକବଷ୍ଟର ଫିଲ୍ମ ଅର୍ଜୁନ ରେଡୀର ରିମେକ କରାଯାଇଛି । ଏବେ ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ ହେବାକୁ ଯାଉଛି । ଏହି କ୍ରମରେ ଏବେ ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଅରିଜିତ ସିଂହ ଏହାକୁ ଗାଇଛନ୍ତି । 

ରିଲିଜ ହୋଇଥିବା ଗୀତ କିତନା ଚାହନେ ଲଗେରେ ଶାହିଦ କପୁରଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ ଶାହିଦ କପୁର ଏବଂ କିୟାରା ଆଡଭାଣୀ ଅଭିନୟ କରିଛନ୍ତି । ରିଲିଜ ହୋଇଥିବା ଗୀତରେ ଦୁଃଖଭରା କାହାଣୀ ଦେଖିବାକୁ ମିଳୁଛି । ଏହାକୁ ମିଥୁନ ଲେଖିଛନ୍ତି । ଏହା ଫିଲ୍ମର ଦ୍ୱିତୀୟ ଗୀତ । ପ୍ରଥମ ଗୀତଟି ବେଖୟାଲୀ ଥିଲା । ତେବେ ସୋସିଆଲ ମିଡିଆରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଛନ୍ତି । 

ଏକ ସାକ୍ଷାତକାରରେ ଶାହିଦ କପୁର ଫିଲ୍ମ ବିଷୟରେ କହିଛନ୍ତି କି, ଏହା ଏକ କପି ପେଷ୍ଟ ଫିଲ୍ମ ନୁହେଁ । କବୀର ସିଂହ ଏକ ଅଲଗା ଗୀତ । ମୋତେ ଏଭଳି ଲାଗୁଛି କି, କୌଣସୀ ଫିଲ୍ମକୁ ଦ୍ୱିତୀୟ ଥର ପାଇଁ ରିକ୍ରିଏଟ କରିବାର ଅର୍ଥ ଏହାକୁ ପୁଣି ଥରେ ଆରମ୍ଭ କରିବା । ତେବେ ଏହି ଫିଲ୍ମ ଜୁନ ୨୧ରେ ରିଲିଜ ହେବାକୁ ଯାଉଛି ।