Home > ମନୋରଞ୍ଜନ
ଲାଲ କପ୍ତାନର ଟ୍ରେଲର ରିଲିଜ୍, ଭୟାନକ ଲୁକରେ ନଜର ଆସିବେ ସୈଫ ଅଲ୍ଲୀ ଖାନ
Khabar Odisha:entertainment-bollywood-odisha-laal-kaptaan-trailer-chapter-one-saif-ali-khan-naga-sadhu-assassin
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡିଶା) :

 ନାଗା ସାଧୁ ଲୁକରେ ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଥିବା ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ଲାଲ କପ୍ତାନର ଟ୍ରେଲର ରିଲିଜ୍ ହୋଇଛି। ତେବେ ଫିଲ୍ମ ନିର୍ମାତା କେବଳ ଏହାର ପ୍ରଥମ ପାର୍ଟ ରିଲିଜ୍ କରିଛନ୍ତି। ଏହାର ଦ୍ଵିତୀୟ ପାର୍ଟ ଆସିବା ବାକି ରହିଛି। ଏହାର ନାମ ଚାପ୍ଟର ୱନ ଦ ହଣ୍ଟ ରଖାଯାଇଛି। 

ଲାଲ କପ୍ତାନରେ ସୈଫ ଅଲ୍ଲୀଙ୍କ ଲୁକ୍  ଅନୁସାରେ ତାଙ୍କ ନାମ ନାଗା ସାଧୁ ରଖାଯାଇଛି। ଟ୍ରେଲରରେ ସୈଫ ଏତେ ଦମଦାର ଭୂମିକାରେ ଅଛନ୍ତି କି, କ୍ଲୋଜଅପ୍ ସଟରେ ମଧ୍ୟ ତାଙ୍କୁ ଚିହ୍ନିବା ମୁସ୍କିଲ୍। ୧ମିନିଟ୍ ୨୨ ସେକେଣ୍ଡର ଟ୍ରେଲରରେ ସୈଫ ହିଂସ୍ର ଭାବରେ ନଜର ଆସିଛନ୍ତି। ସେ ମଥାରେ ଲାଲ ଟିପା, ଆଖିରେ କଜ୍ଜଳ, ଚେହେରାରେ ଭସ୍ମ ଲଗାଇଛନ୍ତି। 

ଏଥିରେ ସୈଫ ଘୋଡା ସବାର ମଧ୍ୟ କରିଛନ୍ତି। ତାଙ୍କ ଘୋଡା ପଛରେ ଜଣେ ଜୀବନ୍ତ ଲୋକଙ୍କୁ ଘୋସାଡି ନେଉଥିବା ଦେଖିବାକୁ ମିଳିଛି। ଯାହାକି ସୈଫଙ୍କ ହିଂସ୍ରତା ଭଲ ଭାବରେ ପରିଲଖିତ ହେଉଛି। ଅକ୍ଟୋବର ୧୮ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ପୂର୍ବରୁ ଅକ୍ଟୋବର ୧୧ରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା କିନ୍ତୁ ଏହାର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି। 

ଫିଲ୍ମକୁ ନବଦୀପ ସିଂହ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ ରାୟ ପ୍ରଡ୍ୟୁସ୍ ଓ ଦୀପକ ଭେଙ୍କଟେଶ ଲେଖିଛନ୍ତି।