Home > ମନୋରଞ୍ଜନ
“ସରୀ ସଙ୍ଗ”ରେ ୟୁଟ୍ୟୁବରେ ଛାଇଗଲେ ନେହା କକ୍କଡ, ରିଲିଜ ହେଉହେଉ ଦେଖିଲେ ୩ମିଲିୟନ ଦର୍ଶକ
Khabar Odisha:entertainment-bollywood-odisha-neha-kakkar-and-maninder-buttar-sorry-song-is-out-now
ନୂଆଦିଲ୍ଲୀ, ଜୁଲାଇ ୧୭ (ଖବର ଓଡିଶା) :

ବଲିଉଡର ଚୁଲବୁଲି ଗାୟିକା ନେହା କକ୍କଡ ଯେବେ ବି ନୂଆ ଗୀତ ରିଲିଜ କରନ୍ତି ସେହି ସମୟରେ ଫ୍ୟାନ୍ସମାନେ ଏହାକୁ ବଲ୍କବଷ୍ଟର କରିବାକୁ କେବେ ଭୁଲନ୍ତି ନାହିଁ । ତେବେ ନେହା ପଞ୍ଜାବୀ ଗାୟକ ମନିନ୍ଦର ବଟରଙ୍କ ସହିତ ମିଶି ଆଉ ଏକ ସରୀ ସଙ୍ଗ ଆଣି ଆସିଛନ୍ତି । ୟୁଟ୍ୟୁବରେ ଏହି ଗୀତକୁ ଏପର୍ଯ୍ୟନ୍ତ ୩ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଗୀତଟି ଏକ ଛୋଟ ଲଭ ଷ୍ଟୋରୀ ଉପରେ ଆଧାରିତ । ଯାହାକି ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସିଛି । 

ଏହି ଗୀତକୁ ନେହା ଏବଂ ଅମରିନ୍ଦର ଉଭୟ ନିଜ ସୋଶିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ମନିନ୍ଦର ପୂର୍ବରୁ ବହୁ ପଞ୍ଜାବୀ ଗୀତ ଗାଇ ସାରିଛନ୍ତି । ସେହି ଭଳି ନେହା ଇଣ୍ଡିଆନ ଆଇଡଲରୁ ନିଜ ପରିଚୟ ସୃଷ୍ଟି କରିଛନ୍ତି । ନେହାଙ୍କୁ ତାଙ୍କ ୟୁଟ୍ୟୁବ ଭିଡିଓ ପ୍ରସିଦ୍ଧ କରାଇ ପାରିଛି । ଏତଦ୍ ବ୍ୟତୀତ ସେ ବଲିଉଡର ବହୁ ପ୍ରସିଦ୍ଧ ଗୀତ ମଧ୍ୟ ଗାଇଛନ୍ତି । କିନ୍ତୁ ତାଙ୍କର ଏକ ସେଲଫି ଭିଡିଓ ତାଙ୍କୁ ଫ୍ୟାନ୍ସଙ୍କ ନିକଟରେ ଆଦୃତ କରାଇ ପାରିଛି ।