Home > ମନୋରଞ୍ଜନ
ସାହୋର ଟିଜର ରିଲିଜ୍, ଧମାକାଦାର୍ ଆକ୍ସନ ମୁଡରେ ପ୍ରଭାସ
Khabar Odisha:entertainment-bollywood-odisha-prabhas-and-shraddha-kapoor-starrer-saaho-teaser-is-out-now-watch-the-action
ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡିଶା) :

ସାହୋ ଫିଲ୍ମ ଆସିବା ନେଇ ଫ୍ୟାନ୍ସମାନେ ଅପେକ୍ଷା କରି ବସିଥିଲେ । ତେବେ ଆଜି ଫିଲ୍ମର ଟିଜର ରିଲିଜ ହୋଇଛି । ଫିଲ୍ମ ଆକ୍ସନରେ ଭରପୂର ବୋଲି ଟିଜର ଦେଖି ସହଜରେ ଅନୁମେୟ କରି ହେଉଛି । ଏଥିରେ ରୋମାନ୍ସର ତଡକା ଲଗାଯାଇଛି । ବାହୁବଳୀ ପରେ ପ୍ରଭାସ ପୁଣି ଥରେ ଅ୍ଧମ ଏକ ନୂତନ ଅନ୍ଦାଜରେ ଦେଖିବାକୁ ମିଳିବେ । ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଜୀତଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । 

ଏହି ଫିଲ୍ମକୁ ତିନୋଟି ଅନ୍ୟ ଭାଷାରେ ମଧ୍ୟ ରିଲିଜ କରାଯିବ । ଆକ୍ସନ ବ୍ୟତୀତ ଟିଜରରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ରୋମାନ୍ସ ଦେଖିବାକୁ ମିଳିବ । ଫ୍ୟାନ୍ସଙ୍କ ପାଇଁ ଏହା କୌଣସୀ ଖୁସୀ ଖବର ଠାରୁ କମ୍ ନୁହେଁ । କିଛି ଦିନ ପୂର୍ବରୁ ଶ୍ରଦ୍ଧା କପୁର ଏବଂ ପ୍ରଭାସଙ୍କ ଏକ ଫଟୋ ଲିକ୍ ହୋଇଥିଲା । ଏହି ଫଟୋରେ ଦୁହିଁଙ୍କର ରୋମାଂଟିକ୍ ଲୁକ ସିନ ସୁଟ ହେଉଥିବା ନଜର ଆସିଥିଲା । ତେଲୁଗୁ, ହିନ୍ଦୀ, ମାଲାୟଲାମ ଏବଂ ତାମିଲ ଭାଷାରେ ଫିଲ୍ମକୁ ଦେଖିବାକୁ ମିଳିବ । 

ଶ୍ରଦ୍ଧାଙ୍କ ଜନ୍ମଦିନରେ ଫିଲ୍ମର ଟିମ୍ ଏକ ଭିଡିଓ ରିଲିଜ କରିଥିଲା । ଯାହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ଶ୍ରଦ୍ଧା ମଧ୍ୟ ଆକ୍ସନ ମୁଡରେ ଅଛନ୍ତି । ଏଥିରେ ଜ୍ୟାକି ଶ୍ରଫ, ମନ୍ଦିରା ବଦେୀ ଏବଂ ନୀଲ ନିତିନ ମୁକେଶ ମଧ୍ୟ ଅଭିନୟ କରିଛନ୍ତି । ୟୁବୀ କ୍ରିଏସନର ବାମସୀ, ପ୍ରମୋଦ ଏବଂ ବିକ୍ରମ ଏହାର ନିର୍ମାଣ କରୁଛନ୍ତି ।