Home > ମନୋରଞ୍ଜନ
ପ୍ରସ୍ଥାନମର ଟ୍ରେଲର ରିଲିଜ୍: ପରଦାରେ ନଜର ଆସିଵ ରାଜନୈତିକ ସାମ୍ରାଜ୍ୟରେ ଉତ୍ତରାଧିକାରୀକୁ ନେଇ ଫ୍ୟାମିଲି ଡ୍ରାମା
Khabar Odisha:entertainment-bollywood-odisha-prassthanam-trailer-sanjay-dutt-ali-fazal-political-drama-is-a-tale-of-legacy
ନୂଆଦିଲ୍ଲୀ, ଅଗଷ୍ଟ ୩୧ (ଖବର ଓଡିଶା) :

ସଞ୍ଜୟ ଦତ୍ତ, ଅଲୀ ଫଜଲ ଏବଂ ମନୀଷ କୋୟରାଲା ଷ୍ଟାରର ଫିଲ୍ମ ପ୍ରସ୍ଥାନମର ଟ୍ରେଲର ରିଲିଜ ହୋଇଛି। ତେବେ ଫିଲ୍ମରେ ଥିବା ଝଲକକୁ ଦେଖି ପୋଷ୍ଟର ରିଲିଜ କରାଯାଇଥିଲା। ଟ୍ରେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଏହି ଫିଲ୍ମ ତେଲୁଗୁ ଫିଲ୍ମ ପ୍ରସ୍ଥାନମର ହିନ୍ଦୀ ରିମେକ। 

ଟ୍ରେଲରରେ ସଞ୍ଜୟ ଦତ୍ତ ଜଣେ ରାଜନେତା ଭୂମିକାରେ ଅଛନ୍ତି। ତାଙ୍କର ୨ପୁଅ। ସେ ତାଙ୍କର ରାଜନୈତିକ ସାମ୍ରାଜ୍ୟର ଉତ୍ତରାଧିକାରୀ ଅଲୀ ଫଜଲଙ୍କୁ କରିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କର ଆଉ ଜଣେ ପୁଅ ଏହାକୁ ହାତେଇବାକୁ ଚାହୁଁଛନ୍ତି। ଏହି କାରଣକୁ କେନ୍ଦ୍ର କରି ତାଙ୍କ ଘରେ ଝଡ ସୃଷ୍ଟି ହେଉଛି। ଯାହାକି ଦମଦାର ଟ୍ରେଲରରେ ସ୍ପଷ୍ଟ ଭାବରେ ପରିଲଖିତ ହେଉଛି। 

ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି। ଦେବ କଟ୍ଟାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ। ସଞ୍ଜୟ ଦତ୍ତଙ୍କ ସହ ମନୀଷା କୋଇରାଲା, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ଅଲୀ ଫଜଲ, ଅମାୟରା ଦସ୍ତୁର ଅଭିନୟ କରିଛନ୍ତି।