Home > ମନୋରଞ୍ଜନ
ବକ୍ସ ଅଫିସରେ ସଲମାନଙ୍କ ଭାରତ ରଚିଲା ଇତିହାସ, ପ୍ରଥମ ଦିନରେ ବମ୍ପର ବ୍ୟବସାୟ
Khabar Odisha:entertainment-bollywood-odisha-salman-khan-starrer-bharat-is-set-for-huge-first-day-collection-as-per-early-estimates
ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡିଶା) :

 ସଲମାନ ଖାନଙ୍କ ଇଦ ଅବସରରେ ରିଲିଜ ହୋଇଥିବା ଫିଲ୍ମ ଭାରତ ପ୍ରଥମ ଦିନରେ ଧମାଲ କରିଛି । ବକ୍ସ ଅଫିସ ଇଣ୍ଡିଆରେ ଆସିଥିବା ଖବର ଅନୁଯାୟୀ, ଭାରତ ପ୍ରଥମ ଦିନରେ ଭାରତ ୪୩ରୁ ୪୫ କୋଟି ବ୍ୟବସାୟ କରି ସାରିଛି । ଏହି କ୍ରମରେ ଫିଲ୍ମ ବଲିଉଡର ଦ୍ୱିତୀୟତମ ସର୍ବାଧିକ ଆୟକାରୀ ଫିଲ୍ମ ଭାବରେ ଆଦୃତ ହୋଇଛି । ଏହା ପୂର୍ବରୁ ଅମିର ଖାନଙ୍କ ଠଗ୍ସ ଅଫ୍ ହିନ୍ଦୁସ୍ତାନ ବ୍ୟବସାୟ କରିଥିଲା । ଦେଖିବାକୁ ଗଲେ ଫିଲ୍ମକୁ କ୍ରିଟିକ୍ସଙ୍କ ଠାରୁ ୩ରୁ ୫ ପର୍ଯ୍ୟନ୍ତ ଷ୍ଟାର ମିଳିଛି । 

ଏହା ପୂର୍ବରୁ ସଲମାନଙ୍କ ପ୍ରେମ ରତନ ଧନ ପାୟୋ ବକ୍ସ ଅଫିସରେ କଲେକ୍ସନ କରିଥିଲା । କିନ୍ତୁ ଭାରତ ଏହି ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଛି । ସଲମାନ ଖାନଙ୍କ ଏହି ଫିଲ୍ମ ଆକ୍ସନ ସହ ଇମୋଶନାଲ ଆଙ୍ଗେଲରେ ପ୍ରସ୍ତୁତ କରାଯାଇଛି । ଯାହାକି ଲୋକମାନଙ୍କ ହୃଦୟକୁ ଛୁଇଁବାରେ ସକ୍ଷମ ହୋଇ ପାରିଛି । 

ତେବେ ଦେଶ ଅପେକ୍ଷା ଫିଲ୍ମକୁ ୭୦ ଦେଶରେ ପାଖାପାଖି ୧୩୦୦ଟି ପରଦାରେ ରିଲିଜ କରାଯାଇଛି । ଅଲ୍ଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ ଏବଂ ଦିଶା ପଟାନୀ ମୁଖ୍ୟ ଭୂମିକାରେ ଅଛନ୍ତି ।