Home > ମନୋରଞ୍ଜନ
ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଜୟ ଦେଭଗନଙ୍କୁ ୩୦ ବର୍ଷ, ତାନାଜୀର ପୋଷ୍ଟର ସେୟାର କରି ଶୁଭେଚ୍ଛା ଜଣାଇଲେ କାଜଲ, ଶାହରୁଖ
Khabar Odisha:entertainment-bollywood-odisha-shah-rukh-khan-and-kajol-congratulate-ajay-devgn-with-tanhaji-new-poster-for-his-100th-film
ନୂଆଦିଲ୍ଲୀ, ନଭେମ୍ଵର ୧୧ (ଖବର ଓଡିଶା) :

ବଲିଉଡ ଆକ୍ସନ ହିରୋ ଅଜୟ ଦେଭଗନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଜି ୩୦ ବର୍ଷ ପୂରଣ କରିଛନ୍ତି। ସେ ବଲିଉଡର ସିଙ୍ଘମ୍ ଭାବରେ ବେଶ୍ ପରିଚିତ। ତେବେ ଅଜୟ ଆଉ ଏକ ଫିଲ୍ମ ତାନାଜୀରେ ଧମାଲ କରିବାକୁ ଆସୁଛନ୍ତି। ତାନାଜୀ-ଦ ଅନସଗ ୱାରିଅର ତାଙ୍କର ୧୦୦ତମ ଫିଲ୍ମ। ଏହି ଅବସରରେ ବଲିଉଡର କିଙ୍ଗ୍ ଶାହାରୁଖ ଖାନ ଓ ଅଜୟଙ୍କ ପତ୍ନୀ କାଜଲ ଅଗ୍ରୱାଲ ଏକ ଖାସ୍ ଭିଡିଓ ସେୟାର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

୩୦ ବର୍ଷ ତଳେ ଅଜୟ ଦେଭଗନ ଡେବ୍ୟୁ କରିଥିବା ଫିଲ୍ମ ଫୁଲ ଔର କାଣ୍ଟେରେ ବେଶ୍ ଭଲ ଅଭିନୟ କରିଥିଲେ। ଏହାପରେ ପରେ ଅଝୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବହୁ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ଏହି ଭିଡିଓ ମାଧ୍ୟମରେ ଦେଖନ୍ତୁ ଅଜୟ ଦେଭଗନଙ୍କ ୩୦ ବର୍ଷର କିଛି ରଙ୍ଗ ବେରଙ୍ଗ ଯାତ୍ରା। 

କାଜଲ ଅଗ୍ରୱାଲ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ୩୦ ବର୍ଷ ଏବଂ ୧୦୦ ଫିଲ୍ମ। ଗୋଟିଏ ମୁହୂର୍ତ୍ତ ଯାହା ପଛକୁ ଫେରିବା ପାଇଁ କହୁଛି। ଫୁଲ ଓର କାଣ୍ଟେ ଠାରୁ ନେଇ ଗୋଲମାଲ ଠାରୁ ତାନାଜି ଯାଏଁ ଆପଣ କେତେ ଆଗକୁ ବଢିଛନ୍ତି। ଗର୍ବର ସହ ଆପଣଙ୍କୁ ଆପଣଙ୍କ ଫିଲ୍ମୀ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଏହି ୨ମିନିଟର ଭିଡିଓରେ ସମସ୍ତ ବ୍ଲକ ବଷ୍ଟର ଫିଲ୍ମର ସିନ୍ ରହିଛି। ଏଥିରେ ଭଗତ ସିଂହ, ରାଜୁ ଚାଚା, ଶିବାୟ, ଗଙ୍ଗାଜଳ, ସିଙ୍ଘମ, ଗୋଲମାଲ, ପ୍ୟାର ତୋ ହୋନା ହି ଥା, ଜିଗର ଭଳି ଫିଲ୍ମର ଝଲକ ଏଥିରେ ରହିଛି। ଶାହାରୁଖ ମଧ୍ୟ ଏହି ପୋଷ୍ଟର ସେୟାର କରି ଶୁଭକାମନା ଜଣାଇଛନ୍ତି। 

https://www.instagram.com/tv/B4tkgojpcqw/?utm_source=ig_web_copy_link

ତାନାଜୀରେ ସୁବେଦାର ତାନାଜୀ ମାଲୁସରେଙ୍କ ବୀରତ୍ଵ ଦେଖାଯାଇଛି। ଫିଲ୍ମରେ କାଜଲ ମୁଖ୍ୟ ଭୂମିକାରେ ଅଛନ୍ତି। ସୈଫ ଅଲ୍ଲୀ ଖାନ ଭିଲାନ ଭୂମିକାରେ ଅଛନ୍ତି। ତେବେ ଏହି ଫିଲ୍ମ ୨୦୨୦ ଜାନୁଆରୀ ୧୦ରେ ରିଲିଜ ହେବାକୁ ଯାଉଛି।