Home > ମନୋରଞ୍ଜନ
ସୁପର ୩୦ର ଟ୍ରେଲର ରିଲିଜ୍, ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତ୍ୱିକ୍
Khabar Odisha:entertainment-bollywood-odisha-super-30-trailer-review-hrithik-roshan-film-based-on-anand-kumar-real-life
ନୂଆଦିଲ୍ଲୀ, ଜୁନ ୦୫ (ଖବର ଓଡିଶା) :

  ବଲିଉଡର ସୁପର ହିରୋ ଭାବରେ ପରିଚିତ ହ୍ରିତ୍ୱିକ୍ ରୋଶନ ଦିର୍ଘ ଦୁଇ ବର୍ଷ ପରେ ସୁପର ୩୦ ନେଇ ପରଦାରେ ଆସୁଛନ୍ତି । ଫିଲ୍ମରେ ତାଙ୍କର ଅଭିନୟ ଜଣେ ଶିକ୍ଷକ ଭୂମିକାରେ ଅଛନ୍ତି । ଏପର୍ଯ୍ୟନ୍ତର ସବୁଠାରୁ ଚ୍ୟାଲେଞ୍ଜିଙ୍ଗ୍ ରୋଲ ତାଙ୍କର ରହିଛି । ତେବେ ଏହି ଫିଲ୍ମର ପୋଷ୍ଟର ଏବଂ ଟିଜର ପରେ ଏବେ ଟ୍ରେଲର ରିଲିଜ ହୋଇଛି । 

ତେବେ ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ଟିଜର ରିଲିଜ ହୋଇଥିଲା । ଏହାର ଟ୍ୟାଗ ଲାଇନ ଥିଲା ଉଠ, ପଢ, ବଢ, ହକଦାର ହୁଅ । ଟ୍ରେଲରଟି ୨ମିନିଟ ୩୭ ସେକେଣ୍ଡର ରହିଛି । ଏଥିରେ ହ୍ରିତ୍ୱିକ ବିହାରର ଆନନ୍ଦ କୁମାରଙ୍କ ଭୂମିକାରେ ଅଛନ୍ତି । ସେ ଜଣେ ଏଭଳି ଶିକ୍ଷକ ଭୂମିକାରେ ଅଛନ୍ତି ଯିଏ କି, ଗରୀବ ଏବଂ ପଛୁଆ ବର୍ଗର ପିଲାମାନଙ୍କୁ ଆଇଆଇଟି ପରୀକ୍ଷାରେ ପାସ୍ କରିବା ପାଇଁ ସହେଯାଗ କରୁଛନ୍ତି । ତାଙ୍କର ସଂସ୍ଥାର ନାମ ସୁପର ୩୦ ରଖାଯାଇଛି । ଲମ୍ବା ସମୟ ଧରି ବିବା ଘେରରେ ଥିବା ଏହି ଫିଲ୍ମ ଏବେ ରିଲିଜ ହେବାକୁ ଯାଉଛି ।