Home > ମନୋରଞ୍ଜନ
“ସଇ ରା ନରସିମହା ରେଡୀ”ର ଢାସୁ ଟ୍ରେଲର ରିଲିଜ, ଅମିତାଭଙ୍କ ସହ ଧମାଲ କରିବେ ଚିରଞ୍ଜୀବ
Khabar Odisha:entertainment-bollywood-odisha-sye-raa-narasimha-reddy-trailer-out-of-amitabh-bachchan-chiranjivi
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯ (ଖବର ଓଡିଶା) :

ମହାନାୟକ ଅମିତାଭ ବଚ୍ଚନ ଏବଂ ମେଗାଷ୍ଟାର ଚିରଞ୍ଜୀବଙ୍କ ଆଗାମୀ ଫିଲ୍ମ ସଈ ରା ନରସିମହା ରେଡୀର ଜବରଦସ୍ତ ଟ୍ରେଲର ରିଲିଜ ହୋଇଛି। ଫ୍ୟାନ୍ସମାନଙ୍କୁ ଏହି ଫିଲ୍ମର ଟ୍ରେଲର ଅପେକ୍ଷା ରହିଥିଲା। ଫିଲ୍ମର ଟ୍ରେଲର ଏତେ ଧମାକାଦାର ରହିଛି ଯେ, ଟ୍ରେଲର ରିଲିଜ ହେଉ ହେଉ ଟ୍ଵିଟରରେ ଏହା ଛାଇ ଯାଇଛି। 

ଏହି ଟ୍ରେଲର ଏକ ସହ ୫ଟି ଭାଷାରେ ରିଲିଜ୍ କରାଯାଇଛି। ୟୁଟ୍ୟୁବରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡୀ ଭାଷାରେ ଦେଖା ଯାଇଛି। ପ୍ରତି ଭାଷାରେ ରିଲିଜ କରିବା ନେଇ ବହୁ ପରିଶ୍ରମ କରାଯାଇଛି। ଫିଲ୍ମ ଡବିଂ ହେବା ସତ୍ତ୍ଵେ ମଧ୍ୟ ଲିପସିଂରେ କୌଣସୀ କମି ନଜର ଆସୁ ନାହିଁ। 

ଏହି ଫିଲ୍ମ ଏକ ଯୋଦ୍ଧା ଅୟ୍ୟାଲାବାଦା ନରସିମହା ରେଡୀଙ୍କ କାହାଣୀ ଉପରେ ଆଧାରିତ। ଯେଉଁଥିରେ ପ୍ରଥମେ ଅଂଗ୍ରେଜଙ୍କ ବିରୋଧରେ ଯୁଦ୍ଧ କରୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନରସିମହା ରେଡୀଙ୍କୁ ଗୁରୁ ଭୂମିକାରେ ଅଛନ୍ତି। ଅମିତାଭ ଏବଂ ଚିରଞ୍ଜୀବଙ୍କ ଦମଦାର ଆକ୍ଟିଙ୍ଗ କମାଲ କରୁଛି। ଏହାର ଭବ୍ୟ ସେଟ ମଧ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଏଥିରେ ବହୁ ବଜେଟ୍ ଖର୍ଚ୍ଚ ହୋଇଛି। ତେବେ ଏହି ଫିଲ୍ମ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି।