Home > ମନୋରଞ୍ଜନ
ଜଳି ଯାଇଥିବା ହାତ, ଭଙ୍ଗା ଗୋଡର ଏକ ଭୟାନକ ଫଟୋ ସେୟାର କଲେ ତାପସୀ ପନ୍ନୁ
Khabar Odisha:entertainment-bollywood-odisha-taapsee-pannu-shares-horrble-picture-fron-sets-of-game-over
ନୂଆଦିଲ୍ଲୀ, ଜୁନ ୦୯ (ଖବର ଓଡିଶା) :

ବଲିଉଡ ଅଭିନେତ୍ରୀ ତାପସୀ ପନୁ ଏବେ ନିଜର ଅପ କମିଙ୍ଗ ଫିଲ୍ମ ଗେମ ଓଭରର ପ୍ରମୋଶନକୁ ନେଇ ଲାଗି ପଡିଛନ୍ତି । ତାପସୀ ଲଗାତର ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗି ପଡିଛନ୍ତି । ତେବେ ଆଜି ଏହି ଅଭିନେତ୍ରୀ ଫିଲ୍ମ ସେଟରୁ ଏକ ଭୟାନକ ଫଟୋ ସେୟାର କରିଛନ୍ତି । ତେବେ କେବଳ ସେତିକି ନୁହେଁ ସେ ଫିଲ୍ମ ସେଟର ଆଉ ଏକ ବିନ୍ଦାସ୍ ଭିଡିଓ ମଧ୍ୟ ସେୟାର କରିଛନ୍ତି । 

ଏହି ଫଟୋରେ ଏକ ଭାଙ୍ଗିଥିବା ଗୋଡ ଏବଂ ଭଙ୍ଗା ହାତର ଫଟୋ ରହିଛି । ସେହି ସମୟରେ ସେୟାର ହୋଇଥିବା ଭିଡିଓରେ ତାପସୀ କ୍ରୁଙ୍କ ସହ ଲୁଡୁ ଖେଳୁଥିବା ନଜର ଆସୁଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଥଣ୍ଡା ଅଂଚଳରେ ଶିଫନ ସାଢୀ ପିନ୍ଧି ୨୫ ଦିନ ରହିବା କଢିନ ଥିଲା ତେଣୁ ମୁଁ ଏହାକୁ ବାଛିଲି । ତେବେ ଏହା ପୂର୍ବରୁ ସେୟାର କରିଥିବା ଭିଡିଓରେ ସେ ପ୍ଲାଷ୍ଟର କରିଥିବା ଗୋଡ ସହ ନଜର ଆସିଥିଲେ ।