ନୂଆଦିଲ୍ଲୀ, ନଭେମ୍ବର୧୪(ଖବର ଓଡ଼ିଶା):
ନିଜର ଶସ୍ତା ଲୋକ ପ୍ରିୟତା ଲାଗି ସୀମା ଲଙ୍ଘିଲେ ବଲିଉଡ଼ ଅଭିନେତ୍ରୀ ବାଣୀ କପୁର। ଭଗବାନ ଶ୍ରୀରାମଙ୍କ ଲେଖା ଥିବା ଏକ କପଡ଼ାକୁ ଛୋଟ ପୋଷାକ କରି ପିନ୍ଧିବାକୁ ପଛେଇ ନାହାନ୍ତି ଏହି ଅଭିନେତ୍ରୀ ଜଣକ। ଏହା ରାମଭକ୍ତଙ୍କୁ ମର୍ମାହତ କରିବା ସହିତ ଲୋକଙ୍କ ଧର୍ମିୟ ଭାବନା ପ୍ରତି କୁଠାରଘାତ ହୋଇଛି।
ବାଣୀ କପୁର ଏକ ବିକିନି ଟପ୍ ପିନ୍ଧିଛନ୍ତି, ଯେଉଁଥିରେ ହରେ ରାମ ଲେଖା ହୋଇଛି। ବାଣୀ ଏହି ଟପ୍ ପିନ୍ଧି ନିଜର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହା ଦେଖି ଲୋକ ତାଙ୍କ ଉପରେ ନିଜର କ୍ରୋଧ ଜାହିର କରିବା ଆରମ୍ଭ କରି ଦେଇଛନ୍ତି।
ଲୋକେ ବାଣୀଙ୍କ ଏହି ଫଟୋ ଦେଖି ନିଜର କ୍ରୋଧ ଜାହିର କରି ତାଙ୍କୁ ଜ୍ଞାନର ପାଠ ପଢ଼ାଇଛନ୍ତି। ବାଣୀ କପୁର ଏମିତି ହୀନ କାମ କରି ଧାର୍ମିକ ଭାବନାକୁ ଆଘାତ କରୁଥିବା ଆରୋପ ଲଗାଇଛନ୍ତି। ସେ ଏମିତି ଛୋଟ ପୋଷାକ ପିନ୍ଧି ବାଣୀ ଭଗବାନ ରାମଙ୍କ ନାମକୁ କଦର୍ଥ କରୁଛନ୍ତି। ଏହା ସହିତ ଲୋକେ ବାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହା ଦେଖି ବାଣୀ କପୁର ନିଜର ଫଟୋ ସାମାଜିକ ଗଣମାଧ୍ୟମରୁ ହଟାଇ ଦେଇଛନ୍ତି।