Home > ମନୋରଞ୍ଜନ
ଭାରତୀୟ ବକ୍ସ ଅଫିସରେ ଧମାଲ କଲା ଫ୍ରୋଜେନ୍ ୨, ୩ଦିନରେ ୧୯.୧୦ କୋଟି ଆୟ
Khabar Odisha:entertainment-frozen-2-rocked-indian-box-office-earned-19-crores
ନୂଆଦିଲ୍ଲୀ, ନଭେମ୍ଵର ୨୬ (ଖଵର ଓଡିଶା) :

କ୍ରିସ୍ ବକ ଏବଂ ଜେନିଫର ଲିଙ୍କ୍ ନିର୍ଦ୍ଦେଶିତ ଆନିମେଟେଡ୍ ଫିଲ୍ମ ଫ୍ରୋଜେନ ୨ ବାରତୀୟ ବକ୍ସ ଅଫିସରେ ଦମଦାର ଓପୋନିଙ୍ଗ୍ କରିଛି। ୱିକେଣ୍ଡରେ ଫିଲ୍ମ ୧୯ କୋଟିର ବ୍ୟବସାୟ କରିଛି। ତେବେ ଫ୍ରୋଜେନ ଡିଜ୍ନି ପ୍ରଥମ ଫିଲ୍ମ ଯିଏକି ବାରତୀୟ ବକ୍ସ ଅଫିସରେ ମାତ୍ର ତିନି ଦିନରେ ୧୯.୧୦ କୋଟି ବ୍ୟବସାୟ କରିଛି। 

ଫ୍ରୋଜେନ୍ ୨ ଶୁକ୍ରବାର ଦିନ ରଲିଜ ହୋଇଥିଲା। ଫିଲ୍ମ ପ୍ରଥମ ଦିନରେ ୩.୩୫ କୋଟି ବ୍ୟବସାୟ କରିଥିଲା। ତେବେ ଫିଲ୍ମ ଶନିବାର ଏବଂ ରବିବାର ଭଲ ବ୍ୟାପାର କରିଛି। ଶନିବାର ଏହି ଫିଲ୍ମ ୭.୧୦ କୋଟି ଏବଂ ରବିବାର ୩.୩୫ କୋଟି ବ୍ୟବସାୟ କରିଥିଲା। 

୨୦୧୩ରେ ରିଲିଜ ହୋଇଥିବା ଫ୍ରୋଜନର ପ୍ରଥମ ପାର୍ଟଟି ବାରତରେ ଇଂରାଜୀ, ହିନ୍ଦୀ ଏବଂ ତାମିଲ ଭାଷାରେ ରିଲିଜ କରାଯାଇଥିଲା।