Home > ମନୋରଞ୍ଜନ
ବକ୍ସ ଅଫିସରେ ପ୍ରଥମ ଦିନରୁ ଫ୍ଲପ୍ ହେଲା ଲାଲ କପ୍ତାନ
Khabar Odisha:entertainment-odisha-1st-day-box-office-collections-of-film-laal-kaptan
ନୂଆଦିଲ୍ଲୀ, ଅକ୍ଟୋବର ୨୦ (ଖବର ଓଡିଶା) :

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ଲାଲ କପ୍ତାନକୁ ନେଇ ଫ୍ୟାନ୍ସମାନେ ଅପେକ୍ଷା କରି ରହିଥିଲେ। କିନ୍ତୁ ରିଲିଜ ହେବା ପରେ ଫିଲ୍ମର ବ୍ୟବସାୟରୁ ଜଣା ପଡୁଛି କି ଦର୍ଶକମାନେ ଏହାକୁ କିଛି ଖାସ୍ ପସନ୍ଦ କରି ନାହାଁନ୍ତି। ଲାଲ କପ୍ତାନ ଗତକାଲି ବକ୍ସ ଅଫିସରେ ରିଲିଜ ହେବା ପରେ ଭଲ ଓପୋନିଙ୍ଗ୍ କରି ନଥିଲା। ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସୈଫଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ମାନବ ୱିଜ୍, ଦୀପକ ଡୋବରିୟଲ ଏବଂ ଜୋୟା ହୁସୈନ ମୁଖ୍ୟ ଭୂମିକାରେ ଅଛନ୍ତି।

ବକ୍ସ ଅଫିସ୍ ଇଣ୍ଡିଆ ମୁତାବକ, ଓପୋନିଙ୍ଗ୍ ଡେରେ ଫିଲ୍ମ କିଛି ଖାସ୍ ବ୍ୟବସାୟ କରି ନଥିଲା। ପାଖାପାଖି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଫିଲ୍ମର କାହାଣୀ ୧୭୬୪ର ବକ୍ସର ଯୁଦ୍ଧର ୨୫ ବର୍ଷ ପରେ ୧୮ଶହ ଶତାବ୍ଦୀର ଶେଷ ସମୟରେ ହୋଇଛି। ଇଂଗ୍ରେଜମାନେ ଧୀରେ ଧୀରେ ପ୍ରଭାବ ବିସ୍ତାର କରୁଥିଲେ। 

ସମ୍ପୂର୍ଣ୍ଣ ଫିଲ୍ମରେ ସୈଫଙ୍କର ଡାଇଲଗ୍ ଦମଦାର ରହିଛି। ଜୋୟା ହୁସୈନ ଜଣେ ମିଷ୍ଟ୍ରୀଅସ୍ ମହିଳା ଭୂମିକାରେ ଅଛନ୍ତି। ସେହି ସମୟରେ ସୈଫ ଜଣେ ଅଘୋରୀ ଭୂମିକାରେ ଅଛନ୍ତି।