Home > ମନୋରଞ୍ଜନ
ମୋଦୀଙ୍କ ଜିବନୀକୁ ନେଇ ଆଉ ଏକ ଫିଲ୍ମ “ମନ ବୈରାଗୀ”ର ପ୍ରଥମ ପୋଷ୍ଟର ରିଲିଜ୍
Khabar Odisha:entertainment-odisha-akshay-kumar-and-prabhas-shared-the-first-poster-of-man-bairagi-which-is-based-on-pm-modi-life
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡିଶା) :

 ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ୬୯ତମ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ଜିବନୀ ଉପରେ ଆଉ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହାର ପୋଷ୍ଟର ଆଜି ରିଲିଜ ହୋଇଛି। ଏହି ପୋଷ୍ଟରକୁ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ଭଳି ଅଭିନେତା ଟ୍ଵିଟ୍ କରି ସେୟାର କରିଛନ୍ତି। ଫିଲ୍ମର ନାମ ମନ ବୈରାଗୀ ରଖାଯାଇଛି। ଏହି ଫିଲ୍ମ ମହାବୀର ଜୈନ ଏବଂ ସଞ୍ଜୟ ଲୀଲା ଭଂସାଲୀ ପ୍ରଡ୍ୟୁସ୍ କରୁଛନ୍ତି। ସଞ୍ଜୟ ତ୍ରିପାଠୀ ଏହି ଫିଲ୍ମ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ ବର୍ଷର ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି। 

ଅକ୍ଷୟ କୁମାର ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି କି, ସଞ୍ଜୟ ଲୀଲା ଭଂସାଲୀ ଏବଂ ମହାବୀର ଜୈନଙ୍କ ସ୍ପେଶାଲ ପ୍ରୋଜେକ୍ଟର ପ୍ରଥମ ଲୁକ୍ ଲଂଚ୍ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଏହି ପୋଷ୍ଟର ରିଲିଜ୍ ହୋଇଛି।

ଏତଦ୍ ବ୍ୟତୀତ ପ୍ରଭାସ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି କି, ଜଣେ ସ୍ପେଶାଲ ନିର୍ଦ୍ଦେଶକଙ୍କ ଦ୍ଵାରା ଏକ ସ୍ପେଶାଲ ଲୋକ ଉପରେ ଏକ ସ୍ପେଶାଲ ଫିଲ୍ମ ଏକ ସ୍ପେଶାଲ ଦିନରେ। ହାପି ବର୍ଥ ଡେ ପିଏମ ମୋଦୀ ସାର। 

ତେବେ କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଲିଜ ହୋଇଥିଲା। ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ଥିଲେ। ଏହାକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କୁ ମିକ୍ସ ପ୍ରତିକ୍ରିୟା ମିଳିଥିଲା। ଫିଲ୍ମ ୨୩କୋଟି ବ୍ୟବସାୟ କରିଥିଲା।