Home > ମନୋରଞ୍ଜନ
ରିଲିଜ ହେଲା “ଅର୍ଜୁନ ପଟିୟାଲା”ର ଟ୍ରେଲର, ନଜର ଆସିବ କମେଡିର ଜବରଦସ୍ତ ତଡକା
Khabar Odisha:entertainment-odisha-arjun-patiala-trailer-kriti-sanon-diljeet-dosanjh-varun-sharma
ନୂଆଦିଲ୍ଲୀ, ଜୁନ ୨୦ (ଖବର ଓଡିଶା) :

ବଲିଉଡ ଅଭିନେତ୍ରୀ କୃତି ସିନନ ଏବଂ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଂଝ ଆପଣଙ୍କୁ ହସେଇବାକୁ ପରଦାରେ ଆସୁଛନ୍ତି । ଏହି ଦୁହିଁଙ୍କ ଫିଲ୍ମ ଅର୍ଜୁନ ପଟିୟାଲାର ଟ୍ରେଲର ରିଲିଜ ହୋଇ ସାରିଛି । କମେଡି ଲଭର ମାନଙ୍କୁ ଏହି ଫିଲ୍ମ ଡବଲ ଡୋଜ ଦେବ ।  ତେବେ ଦିଲଜିତ ଏବଂ କୃତି ପ୍ରଥମ ଥର ପାଇଁ ଏକା ସାଙ୍ଗରେ ପରଦାରେ ନଜର ଆସୁଛନ୍ତି । ଏଥିରେ କମେଡିର ଜବରଦସ୍ତ ତଡକା ଲଗାଯାଇଛି । 

କିଛି ଦିନ ପୂର୍ବରୁ ଏହି ଫିଲ୍ମର ପୋଷ୍ଟର ଜାରୀ କରାଯାଇଥିଲା । ଏବେ ଜବରଦସ୍ତ ଟ୍ରେଲର ନଜର ଆସିଛି । ୨ମିନିଟ ୨୭ ସେକେଣ୍ଡର ଏହି ଟ୍ରେଲର ଦେଖି ଆପଣଙ୍କୁ ଫିଲ୍ମ ଦେଖିବା ପାଇଁ ଉତ୍ସାହ ବୃଦ୍ଧି ହେବ । ୟୁଟ୍ୟୁବରେ ଏହାକୁ ଜବରଦସ୍ତ ରେସପନ୍ସ ମିଳିଛି । ଏଥିରେ କୃତି ପତ୍ରକାର ଭୂମିକାରେ ଅଛନ୍ତି । ଦିଲଜିତ ପୁଲିସ ଇନସିପେକ୍ଟର ଭୂମିକାରେ ଅଛନ୍ତି । 

 ଟ୍ରେଲର ଦେଖିଲେ ଜଣା ପଡୁଛି ଏଥିରେ ଫୁଲ୍ ଅନ କମେଡି, ରୋମାଂଟିକ ଏବଂ ଆକ୍ସନ ଡ୍ରାମା ଦେଖିବାକୁ ମିଳିବ । ରୋହିତ ଯୁଗରାଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦିନେଶ ବିଜାନ, ଭୂଷଣ କୁମାର, କୃଷ୍ଣାନ କୁମାର, ଏବଂ ସନ୍ଦୀପ ପ୍ରଡ୍ୟୁସ କରୁଛନ୍ତି । ଜୁଲାଇ ୨୬ରେ ଏହା ପରଦାରେ ନଜର ଆସିବ ।