Home > ମନୋରଞ୍ଜନ
ବାଲାର ଟ୍ରେଲର ରିଲିଜ୍, ଚନ୍ଦା ସମସ୍ୟାକୁ ନେଇ ପୁଣି ଥରେ ତଡକା ଲଗାଇବେ ଆୟୁଷ୍ମାନ
Khabar Odisha:entertainment-odisha-ayushmann-khurrana-starrer-film-bala-trailer-release-and-goes-viral-movie-on-cinemas-7th-november
ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡିଶା) :

 ଡ୍ରିମ ଗାର୍ଲରେ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ଆୟୁଷ୍ମାନ ଖୁରାନାଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ବାଲାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ଏତେ ଜବରଦସ୍ତ ରହିଛି କି, ରିଲିଜ୍ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହେବାରେ ଲାଗିଛି। ଏଥିରେ ଥିବା ଡଇଲଗ୍ ଏବଂ କମିକ୍ ସିନ୍ ଦର୍ଶକଙ୍କୁ ହସାଇଲା ଭଳି ରହିଛି। 

ଏହି ଜବରଦସ୍ତ କମେଡି ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲର ରିଲିଜ୍ ହେବାର କିଛି କ୍ଷଣ ମଧ୍ୟରେ ଏହା ଭାଇରାଲ୍ ହେବାରେ ଲାଗିଛି। ଚନ୍ଦା ସମସ୍ୟା ଏବଂ ଏହାକୁ ନେଇ ସମାଜର ଚିନ୍ତାଧାରା ଉପରେ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଟ୍ରେଲରରେ ସେକ୍ସିଷ୍ଟ କଥାକୁ ନେଇ ମଦ୍ୟ ବ୍ୟଙ୍ଗ କରାଯାଇଛି। ଟ୍ରେଲରର ପ୍ରଥମ ସିନରେ ଆୟୁଷ୍ମାନ ଖୁରାନା ଏକ ବ୍ୟୁଟି କ୍ଲାସରେ ଝିଅ ଏବଂ ମହିଳାଙ୍କ ଗୋରାପଣକୁ ନେଇ କହୁଥିବା ନଜର ଆସିଛି। ଏହାପରେ ଭୂମି ଆୟୁଷ୍ମାନଙ୍କ ଟୋପି ବିଷୟରେ କହି ତାଙ୍କ ଟୋପିକୁ ଛଡାଇ ଆଣୁଛନ୍ତି। ଯାହାପରେ ମୁଣ୍ଡରେ କେଶ ଉଠାଇବା ପାଇଁ ତାଙ୍କର ବିଭିନ୍ନ ପ୍ରୟାସ ବିଷୟରେ ଜଣା ପଡୁଛି। 

ଏଥିରୁ ସ୍ପଷ୍ଟ ଜଣା ପଡୁଛି କି, ସମାଜରେ ଚନ୍ଦାକୁ ନେଇ ସାମ୍ନା କରାଯାଉଥିବା ସମସ୍ୟାକୁ ତଡକା ଲଗାଇ ଆୟୁଷ୍ମାନ ପୁଣି ଥରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ତାଙ୍କ ସହ ଭୂମି ପଡନେକର ଏବଂ ୟାମୀ ଗୌତମ ନଜର ଆସିବେ। ପୂର୍ବରୁ ଏହି ଫିଲ୍ମ ନଭେମ୍ବର ୧୨ରେ ରିଲିଜ୍ ହେବାକୁ ଥିଲା। କିନ୍ତୁ ଏବେ ତାରିଖ ପରିବର୍ତ୍ତନ କରାଯାଇ ଏହାକୁ ନଭେମ୍ବର ୭ରେ ରିଲିଜ୍ କରାଯିବ।