Home > ମନୋରଞ୍ଜନ
ବାଗୀ ୩ ଟ୍ରେଲର ରିଲିଜ୍, ଧମାକାଦାର ଆକ୍ସନରେ ଦେଖିବେ ଟାଇଗରଙ୍କ ଟଶନ
Khabar Odisha:entertainment-odisha-baaghi-3-trailer-released-tiger-shroff-action-avatar-in-film-trending-on-youtube
ନୂଆଦିଲ୍ଲୀ, ପେବୃଆରୀ ୦୬ (ଖବର ଓଡ଼ିଶା) :

ଟାଇଗର ଶ୍ରଫଙ୍କ ସୁପରହିଟ୍ ଫ୍ରାନଚାଇଜ୍ ବାଗୀ ୩ର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ପୁଣି ଥରେ ଟାଇଗର ଧମାକାଦାର ଆକ୍ସନ ସହ ନଜର ଆସିଛନ୍ତି। ଦର୍ଶକଙ୍କୁ ୱାର ପରେ ଏହିଭଳି ଏକ ଆକ୍ସନ ଫିଲ୍ମର ଅପେକ୍ଷା ଥିଲା। ତେଣୁ ଟ୍ରେଲର ରିଲିଜ୍ ହେଉ ହେଉ ଏହା ଭାଇରାଲ ହେବାରେ ଲାଗିଛି। ତେବେ ଏଥିରେ ଆକ୍ସନର ସ୍ତର ୩ ଗୁଣା ବଢିଯାଇଛି। 

ଫିଲ୍ମର ଢାସୁ ଟ୍ରେଲର ଦେଖି ଆପଣ ମଧ୍ୟ କହିବେ ବାଗୀ ଏବଂ ବାଗୀ ୨ ଏହା ଆଗରେ ଫିକା ପଡ଼ିଯିବ। କାରଣ ଏହି ଦୁଇ ଫିଲ୍ମରେ ଟାଇଗର ସପଳ ହେବାପରେ ବାଗୀ ୩ରେ ଅଧିକ ଦମଦାର ଆକ୍ସନ ପ୍ରଦର୍ଶନ କରିଛନ୍ତି। ଦେଖନ୍ତୁ ଟ୍ରେଲର...

ବାଗୀ ୩ର ଟ୍ରେଲର ଆରମ୍ଭରୁ ଟାଇଗର ଏବଂ ରିତେଶ ଦେଶମୁଖଙ୍କ ଭାତୃପ୍ରେମ ନଜର ଆସୁଛି। ଏଥିରେ ରାନୀ ଅର୍ଥାତ୍ ଶ୍ରଦ୍ଧା କପୁର ଏକ ଗୁରୁତ୍ଵପୂର୍ଣ୍ଣ ମିଶନରେ ଟାଇଗରଙ୍କ ସହ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୬ରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ଟାଇଗର, ଶ୍ରଦ୍ଧା, ରିତେଶ ମୁଖ୍ୟ ଭୂମିକାରେ ଅଛନ୍ତି।