ନୂଆଦିଲ୍ଲୀ, ଅଗଷ୍ଟ ୦୬ (ଖବର ଓଡିଶା) :
ବଲିଉଡ ଜଗତର ପ୍ରସିଦ୍ଧା ନିର୍ଦ୍ଦେଶକ ଏବଂ କଳାକାର ନୀରଜ ପାଣ୍ଡେ ଏବଂ ଅକ୍ଷୟ କୁମାରଙ୍କ ଯୋଡି ପୁଣି ଥରେ ଦେଖିବାକୁ ମିଳିବ । ଏହି ଯୋଡି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲଙ୍କ ଜୀବନୀ ଉପରେ ନିର୍ମିତ ହେବ । ଏଥର ଅଜିତ ଡୋଭାଲଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ ।
ଏହି ଫିଲ୍ମରେ ତାଙ୍କ ଜୀବନୀ ସହ ଜଡିତ କିଛି ଖାସ୍ କଥାକୁ ନେଇ ଧ୍ୟାନ କେନ୍ଦ୍ରୀତ କରାଯିବ । ତେବେ ଏହି ଫିଲ୍ମ ଶୁଟିଙ୍ଗ ଆରମ୍ଭ ହେବାକୁ ବହୁ ସମୟ ଲାଗିବ । କାରଣ ଅକ୍ଷୟ କୁମାର ଏବେ ମିଶନ ମଙ୍ଗଲ ଏବଂ ସୂର୍ଯ୍ୟବଂଶକୁ ଅନ୍ତିମ ରୂପ ଦେବାକୁ ବ୍ୟସ୍ତ ଅଛନ୍ତି । ସେ ଆଉ ଏକ ଚଳଚିତ୍ର ବଚ୍ଚନ ପାଣ୍ଡେର ମଧ୍ୟ ପୋଷ୍ଟର ଜାରୀ କରିଛନ୍ତି । ସେପଟେ ନୀରଜ ପାଣ୍ଡେ ଅଜୟ ଦେଭଗନଙ୍କ ଷ୍ଟାରର ଚାଣକ୍ୟ ଉପରେ କାମ କରୁଛନ୍ତି ।
ଅଜିତ ଡୋଭାଲ ପାକିସ୍ତାନରେ ଭାରତର ଜାସୁସ ଭାବରେ କାମ କରିଛନ୍ତି । ପାଖାପାଖି ୭ବର୍ଷ ପର୍ଯ୍ୟନ୍ତ ସେ ଭାରତ ପାଇଁ ଅଣ୍ଡର କଭର ଜାସୁସ ଭାବରେ କାମ କରିଛନ୍ତି । ସେ ସେଟାରେ ମୁସଲମାନ ଭଳି ରହୁଥିଲେ । ଏଭଳି କୁହାଯାଉଛି କି, ସେ ଭାରତ ଫେରିବା ପରେ ବହୁ ମହତ୍ୱପୂର୍ଣ୍ଣ ଅପରେଶନ କରିଥିଲେ । ଡୋଭାଲ ଉରୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ । ତେଣୁ ଡୋଭାଲଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ରୋମାଞ୍ଚକ ହେବ ବୋଲି କୁହାଯାଉଛି ।