Home > ମନୋରଞ୍ଜନ
ଆକ୍ସନ ମୁଡରେ ପ୍ରଭାସ, ରିଲିଜ ହେଲା ସାହୋର ଧମାକାଦାର ଟ୍ରେଲର
Khabar Odisha:entertainment-odisha-bollywood-saaho-trailer-release-prabhas-shraddha-kapoor-neil-nitin-mukesh-breaks-action-limits-of-indian-cinema
ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡିଶା) :

 ଆଜି ସାହୋର ଦମଦାର ଟ୍ରେଲର ରିଲିଜ ହୋଇଛି । ବାହୁବଳୀ ହିରୋ ପ୍ରଭାସ ଏଥିରେ ଜଣେ ପୁଲିସ ଅଫିସର ଭୂମିକାରେ ଅଛନ୍ତି । ତାଙ୍କ ବୀପରିତରେ ଶ୍ରଦ୍ଧା କପୁର କ୍ରାଇମ ବ୍ରାଞ୍ଚର ଜଣେ ଅଫିସର ଭୂମିକାରେ ଅଛନ୍ତି । ନୀଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର ଭଳି ଅଭିନେତା ଖଳନାୟକ ଭୂମିକାରେ ଅଛନ୍ତି । ଏତଦ୍ ବ୍ୟତୀତ ପ୍ରକାଶ ବେଲାବଡୀ, ମନ୍ଦିରା ବେଦୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । 

ସାହୋର ନିର୍ଦ୍ଦେଶକ ସୁଜିତ ଫିଲ୍ମର ଆକ୍ସନ ଦୃଶ୍ୟରେ ବେଶ୍ ପରିଶ୍ରମ କରିଛନ୍ତି । ବାହୁବଳୀ ପରେ ଅଭିନେତା ପ୍ରଭାସଙ୍କୁ ନେଇ ବଲିଉଡ ପ୍ରେମୀରେ ଫ୍ୟାନ୍ସଙ୍କ ସଂଖ୍ୟା ବଢି ଯାଇଛି । ଆକ୍ସନ ସିନରେ ସେ ନିଜର ଫ୍ୟାନ ଫଲୋଇଙ୍ଗଙ୍କ ସହ ନ୍ୟାୟ କରୁଥିବା ଦେଖାଯାଇଛି । 

ଟ୍ରେଲରେ ଦେଖାଯାଉଥିବା କାହାଣୀ ଅନୁଯାୟୀ ଏହି ଫିଲ୍ମ ମାଫିଆ ଏବଂ ଏକ ଶକ୍ତିଶାଳୀ ପୁଲିସ ଅଫିସରଙ୍କ ମଧ୍ୟରେ ଚାଲିଛି । ଫିଲ୍ମରେ ପ୍ରଭାସଙ୍କର ଆକ୍ରମକ ତେୱର ଦେଖିବାକୁ ମିଳିବ । ଏହା ପୂର୍ବରୁ ଫିଲ୍ମର ଗୀତ ରିଲିଜ ହୋଇ ସାରିଥିଲା । ଏଥିରେ ଶ୍ରଦ୍ଧା କପୁର ଏବଂ ପ୍ରଭାସଙ୍କ ଯୋଡିକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିଛନ୍ତି । ତେବେ ସାହୋର ରିଲିଜ ତାରିଖକୁ ପରିବର୍ତ୍ତନ କରାଯାଇଛି । ଅଗଷ୍ଟ ୩୦ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।