Home > ମନୋରଞ୍ଜନ
ଚନ୍ଦ୍ରଯାନ ଆନ୍ଥେମ : ଇସ୍ରୋର ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଗଲା ଏହି ସଙ୍ଗୀତ
Khabar Odisha:entertainment-odisha-chandrayaan-anthem-tirangaa-leharayenge-sreekant-surfira-band-song
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡିଶା) :

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ମଧ୍ୟ ସମ୍ପୂର୍ଣ୍ଣ ଦେଶ ଆଜି ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ଠିଆ ହୋଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବୈଜ୍ଞାନିକଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି। ଏହି ମଧ୍ୟରେ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଉତ୍ସର୍ଗ କରାଯାଇଛି। 

ଏହି ଗୀତ ଚନ୍ଦ୍ରଯାନ-୨ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଗୀତର ବୋଲ ରହିଛି ତ୍ରିରଙ୍ଗା ଲେହରାଏଙ୍ଗେ। ଏହି ଗୀତକୁ ଚନ୍ଦ୍ରଯାନ-୨ର ଆନ୍ଥେମ କୁହା ଯାଉଛି। ଏହାକୁ ଶ୍ରୀକାନ୍ତ ସୁରଫିରା ବ୍ୟାଣ୍ଡ ପ୍ରସ୍ତୁତ କରିଛନ୍ତି। ଏହି ଗୀତରେ ଦେଶଭକ୍ତିର ରଙ୍ଗ ଦେଖିବାକୁ ମିଳିଛି। ଭିଡିଓରେ ପ୍ରସିଦ୍ଧ ଗାୟକ କୈଳାଶ ଖେରଙ୍କର ଏକ ଝଲକ ଦେଖିବାକୁ ମିଳିଛି। ଦେଶଭକ୍ତିରେ ଭରପୁର ଏହି ଗୀତ ଜବରଦସ୍ତ ହୋଇଛି। 

ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା। କିନ୍ତୁ ଚନ୍ଦ୍ରପୃଷ୍ଠର ୨.୧କିମି ଦୂରରୁ ଏହା କେଉଁ ଆଡେ ଅଦୃଶ୍ୟ ହୋଇ ଯାଇଥିଲା ଏବଂ ଏହା ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଅର୍ବିଟର ସାହାଯ୍ୟରେ ଇସ୍ରୋ ଲ୍ୟାଣ୍ଡରର ଲୋକେଶନ ବିଷୟରେ ଜଣା ପଡିଛି।