Home > ମନୋରଞ୍ଜନ
“ହ୍ୟାପି ହାର୍ଡି ଆଣ୍ଡ ହୀର”ର ଟ୍ରେଲର ରିଲିଜ୍, ଦ୍ଵେତ ଭୂମିକାରେ ହିମେଶ ରେଶମିୟା
Khabar Odisha:entertainment-odisha-himesh-reshammiya-film-happy-hardy-and-heer-trailer-launch
ନୂଆଦିଲ୍ଲୀ, ଜାନୁଆରୀ ୦୭ (ଖବର ଓଡ଼ିଶା) :

ବଲିଉଡ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ଏବଂ ସାନିଆ ମାନଙ୍କ ଫିଲ୍ମ ହ୍ୟାପି ହାର୍ଡି ଆଣ୍ଡ ହୀରର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ହିମେଶ ରେଶମିୟା ଦ୍ଵେତ ଭୂମିକାରେ ନଜର ଆସିବେ। ଟ୍ରେଲର ରିଲିଜ୍ ହେଉ ହେଉ ୟୁଟ୍ୟୁବରେ ଫିଲ୍ମ ଧମାଲ କରୁଛି। 

ଟ୍ରେଲରର ଆରମ୍ଭରୁ ହିମେଶ ନିଜ ବିଷୟରେ କହୁଛନ୍ତି। ଏହାର ବ୍ୟାକଗ୍ରାଉଣ୍ଡରେ ରାନୁ ମଣ୍ଡଳଙ୍କ ଗୀତ ତେରି ମେରି ଚାଲୁଛି। ଏଥିରେ ହିମେଶ ଏକ ଝିଅକୁ ମନ ଦେଇ ବସନ୍ତି ତେବେ ପ୍ରେମର ଲଢେଇରେ ଜିତ କାହାର ହେଉଛି ତାହା ଫିଲ୍ମ ଦେଖିବା ପରେ ଜଣା ପଡିବ। ଫିଲ୍ମରେ ସେ ସର୍ଦ୍ଦାର ହ୍ୟାପି ଗେଟଅପରେ ଦେଖିବାକୁ ମିଳିବେ। ହିମେଶ ଦ୍ଵେତ ଭୂମିକାରେ ଥିବାରୁ ତାଙ୍କ ଆଉ ଏକ ଲୁକ୍ ହାର୍ଡି ରହିଛି। ଏହି ଲୁକରେ ସେ ସ୍ମାର୍ଟ ଦେଖାଯାଉଛନ୍ତି। 

ଏହି ଫିଲ୍ମର ଗୀତ ପ୍ରଥମରୁ ସୋସିଆଲ ମିଡିଆରେ ଧମାଲ କରି ସାରିଛି। ଫିଲ୍ମରେ ମ୍ୟୁଜିକ୍ ହିମେଶ ଓ ରାନୁ ମଣ୍ଡଳ ଦେଇଛନ୍ତି। ଦୀପଶିଖା ଦେଶମୁଖ ଏବଂ ସବିତା ମାଣକଚନ୍ଦ ଫିଲ୍ମ ନିର୍ମାଣ କରିଥିବା ବେଳେ ରାକା ନେ ନିର୍ଦ୍ଦେଶନା ଦେଇଛନ୍ତି।