Home > ମନୋରଞ୍ଜନ
ରିୟଲିଟି ସୋ ଜିତିବା ପରେ ୮ ବର୍ଷ ଯାଏଁ ନିଖୋଜ ଥିଲେ ଏହି କଳାକାର, କାହାଣୀ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ସ୍ତବ୍ଧ
Khabar Odisha:entertainment-odisha-indian-idol-11-azmat-hussain-stopped-singing-for-8-years-watch-drug-addiction-video
ନୂଆଦିଲ୍ଲୀ, ଅକ୍ଟୋବର ୧୪ (ଖବର ଓଡିଶା) :

ଭାରତୀୟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ରିୟଲିଟି ସୋ ଇଣ୍ଡିଆନ ଆଇଡଲର ୧୧ତମ ସିଜିନ୍ ଆରମ୍ଭ ହୋଇଛି। ଏହି ସୋରେ ଅନୁ ମଲ୍ଲିକ, ନେହା କକ୍କଡ ଏବଂ ବିଶାଲ ଡଡଲାନୀ ଜଜ ଅଛନ୍ତି। ସୋରେ ପ୍ରତିଦିନ ଅଲଗା ଅଲଗା ପ୍ରତିଯୋଗୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆସୁଛନ୍ତି। ଏହି ମଧ୍ୟରେ ଜଣେ ଜଣାଶୁଣା ଚେହେରା ଇଣ୍ଡିଆନ୍ ଆଇଡଲରେ ମଞ୍ଚରେ ନଜର ଆସିଛନ୍ତି। ଯାହାଙ୍କ କାହାଣୀ ଶୁଣି ଜଜମାନେ ସ୍ତବ୍ଧ ହୋଇଯାଇଛନ୍ତି। 

ଅଜମତ ହୁସୈନ ନାମ ଶୁଣିଥିବେ ନିଶ୍ଚୟ। ନିଜର ସୁମଧୁର ସଙ୍ଗୀତ ପ୍ରତିଭାରେ ୮ ବର୍ଷ ତଳେ ଏକ ସିଙ୍ଗଙ୍ଗ୍ ଶୋରେ ବିଜେତା ଥିଲେ। ଏହାପରେ ଅଜମତ ଅଣ୍ଡରଗ୍ରାଉଣ୍ଡ ଥିଲେ। ଏବେ ଅଜମତ ନିଜ କାହାଣୀ ନେଇ ଇଣ୍ଡିଆନ ଆଇଡଲ ମଞ୍ଚରେ ପହଁଚିଛନ୍ତି। ଦିନେ ସୁମଧୁର ସଙ୍ଗୀତ ବଳରେ ସମସ୍ତଙ୍କ ମନ କିଣିଥିବା ଏହି କଳାକାର ଦିନେ ଡ୍ରଗ ଓ ଡିପ୍ରେସନରେ ଗୀତ ଗାଇବା ଛାଡି ଦେଇଥିଲେ। ତାଙ୍କର ନିଶା ସେବନ କାରଣରୁ କଣ୍ଠରୁ ପ୍ରଥମ ଭଳି ସଙ୍ଗୀତ ଶୁଣିବାକୁ ମିଳୁ ନଥିଲା। ଏହା ଦ୍ଵାରା ତାଙ୍କୁ ଧୀରେ ଧୀରେ କାମ ମିଳିବା ବନ୍ଦ ହୋଇଗଲା। 

ତେବେ ଅଜମତ ହୁସୈନ ଏବେ ପୁଣି ଥରେ ନିଜ ସିଙ୍ଗଙ୍ଗ୍ କ୍ୟାରିଅର ଗଠନ କରିବାକୁ ଠାଣି ନେଇଛନ୍ତି। ଏଥିପାଇଁ ସେ ଇଣ୍ଡିଆନ ଆଇଡଲ ମଞ୍ଚକୁ ବାଛିଛନ୍ତି। ତେବେ ତାଙ୍କ ଗୀତରେ ବିଶାଲ ଡଡଲାନୀ ଖୁସୀ ନଥିଲେ, କିନ୍ତୁ ନେହା କକ୍କଡ ଓ ଅନୁ ମଲ୍ଲିକ ତାଙ୍କୁ ଏକ ସୁଯୋଗ ଦେଇଛନ୍ତି। ଅଜମତ ହୁସୈନ ତାଙ୍କର ଗଜଲ ପାଇଁ ପ୍ରସିଦ୍ଧ ଥିଲେ।