Home > ମନୋରଞ୍ଜନ
KBCରେ ଏହି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଟ୍ରୋଲ ହେଲେ ସୋନାକ୍ଷୀ, ଦେଖନ୍ତୁ ଭିଡିଓ...
Khabar Odisha:entertainment-odisha-kbc-sonakshi-sinha-trolled-for-not-knowing-about-ramayan-twitter-amitabh-bachchan
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

ବଲିଉଡରେ ବହୁ ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ବହୁ ଫିଲ୍ମ ହିଟ୍ ମଧ୍ୟ ହୋଇଛି। ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ ବଲିଉଡକୁ ଦେଇ ସାରିଛନ୍ତି। ତେବେ ସେପ୍ଟେମ୍ବର ୨୦ରେ ସୋନାକ୍ଷୀଙ୍କୁ ନେଇ ଏଭଳି କିଛି ହୋଇଛି ଯାହାପରେ ଫ୍ୟାନ୍ସମାନଙ୍କର ତାଙ୍କୁ ନେଇ ଥିବା ମନୋଭାବ ବଦଳି ଯାଇଛି। 

ସୋନାକ୍ଷୀ ସିହ୍ନା ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତିରେ ଆସିଥିଲେ। ଏହି ଶୋରେ ସ୍ଵତନ୍ତ୍ର ପ୍ରତିଦ୍ଵନ୍ଦୀ ଭାବରେ ରାଜସ୍ଥାନର ଋମା ଦେବୀ ଆସିଥିଲେ। ଋମା ୨୨ହଜାର ମହିଳାଙ୍କୁ ସ୍କିଲ ଟ୍ରେନିଙ୍ଗ୍ ଦେଇ ସାରିଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମଧ୍ୟ ନାରୀଶକ୍ତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୋନାକ୍ଷୀ ସିହ୍ନା ମଧ୍ୟ ଋମାଦେବୀଙ୍କ କାମରେ ବେଶ୍ ପ୍ରଭାବିତ। ତେଣୁ ସେ ଋମା ଦେବୀଙ୍କୁ ପ୍ରଡକ୍ଟର ଆମ୍ବାସଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ କେବିସିରେ ଋମା ଦେବୀଙ୍କ ସାଥ ଦେବା ପାଇଁ ସୋନାକ୍ଷୀ ମଧ୍ୟ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାକି ଯେ, କେବିସିରେ ଏକ ପ୍ରଶ୍ନର ଉତ୍ତର ଦେଇ ନପାରି ସୋନାକ୍ଷୀ ଟ୍ରୋଲର ସାମ୍ନା କରିଛନ୍ତି। 

କେବିସିରେ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ କି, ରାମାୟଣ ଅନୁସାରେ ହନିମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିଥିଲେ। ଅପଶନରେ ଥିଲା ସୁଗ୍ରୀବ, ରାମ, ଲକ୍ଷ୍ମଣ, ସୀତା। କିନ୍ତୁ ସୋନାକ୍ଷୀଙ୍କୁ ଏହାର ଉତ୍ତର ଜଣା ନଥିଲା। ସେ ପ୍ରଥମେ ସୀତା କହିଥିଲେ। ତାଙ୍କ ପାଖରେ ଥିବା ଋମା ଦେବୀଙ୍କୁ ଉତ୍ତର ଜଣା ନଥିଲା। ଏହାପରେ ସୋନାକ୍ଷୀ ଶେଷ ଲାଇଫ ଲାଇନ ଏକ୍ସପର୍ଟଙ୍କ ଠାରୁ ସାହାଯ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବିଶେଷଜ୍ଞ ଶ୍ବେତା ଠିକ୍ ଉତ୍ତର ଦେଇଥିଲେ। 

ସୋନାକ୍ଷୀଙ୍କ ଏହି ଉତ୍ତରରେ ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସୋନାକ୍ଷୀଙ୍କ ପିତା ଓ ଦାଦା, ଭାଇମାନେ ରାମାୟଣରେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ ସୋନାକ୍ଷୀଙ୍କ ଘରର ନାମ ରାମାୟଣ। ଏମିତିରେ ସୋନାକ୍ଷୀ ଉତ୍ତର ଦେଇ ନପାରିବା ଦୁଃଖର ବିଷୟ ବୋଲି ଫ୍ୟାନ୍ସମାନେ ଟ୍ରୋଲ କରିଛନ୍ତି।