Home > ମନୋରଞ୍ଜନ
ବିବାଦ ଘେରରେ ଦୀପିକାଙ୍କ ଫିଲ୍ମ ‘ଛପାକ’, ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅଦାଲତରେ ଯାଚିକା ଦାଖଲ
Khabar Odisha:entertainment-odisha-laxmi-agarwal-lawyer-aparna-bhatt-files-plea-to-stay-deepika-padukone-film-chhapaak
ନୂଆଦିଲ୍ଲୀ, ଜାନୁଆରୀ ୦୯ (ଖବର ଓଡ଼ିଶା) :

ଦୀପିକା ପାଦୁକୋନଙ୍କ ଷ୍ଟାରର ଫିଲ୍ମ ଛପାକ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଫିଲ୍ମ ପ୍ରତି ବିପଦ ସଙ୍କେତ ଦେଖାଯାଇଛି। ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଆଗ୍ରୱାଲଙ୍କ ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବାରୁ ବାସ୍ତବ ଜୀବନିରେ ଲକ୍ଷ୍ମୀଙ୍କ ପାଇଁ ଲଢେଇ କରିଥିବା ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଏହି ଫିଲ୍ମରେ କ୍ରେଡିଟ୍ ଦିଆଯାଇ ନାହିଁ। ତେଣୁ ସେ ଏହାକୁ ନେଇ ଦିଲ୍ଲୀର ଏକ ଅଦାଲତରେ ପହଁଚିଛନ୍ତି। 

ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଛପାକ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯାଚିକା ଦାଖଲ କରିଛନ୍ତି। ତେବେ ଏହି ଫିଲ୍ମ ଆସନ୍ତାକାଲି ରିଲିଜ୍ ହେବାକୁଯାଉଛି। ଏହା ପୂର୍ବରୁ ଅପର୍ଣ୍ଣା ଏକ ଟ୍ଵିଟ୍ କରି ଫିଲ୍ମରେ ତାଙ୍କୁ କ୍ରେଡିଟ୍ ନଦିଆଯିବା କାରଣରୁ ଅସନ୍ତୁଷ୍ଟି ବ୍ୟକ୍ତ କରିଥିଲେ। 

ଏହି ଯାଚିକାରେ ଅପର୍ଣ୍ଣା ଦାବି କରିଛନ୍ତି ଯେ, ସେ ବହୁ ବର୍ଷ ଯାଏଁ ଏସିଡ୍ ଆଟକ୍ ପୀଡିତା ଲକ୍ଷ୍ମୀଙ୍କ ପାଇଁ ଲଢେଇ କରିଛନ୍ତି। ଏହା ସତ୍ଵେ ମଧ୍ୟ ତାଙ୍କୁ ଫିଲ୍ମରେ କ୍ରେଡିଟ୍ ଦିଆଯାଇ ନାହିଁ। ତେଣୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଦାବି କରିଛନ୍ତି। 

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୧୦ରେ ଦୀପିକାଙ୍କ ଆସନ୍ତା ଫିଲ୍ମ ଛପାକ ରିଲିଜ୍ ହେବାକୁ ଯାଉଛି। କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ଦୀପିକାଙ୍କ ଏହି ଫିଲ୍ମ ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ।