Home > ମନୋରଞ୍ଜନ
ଶିକାରା ଫିଲ୍ମ ଦେଖି କୋହ ସମ୍ଭାଳି ପାରିଲେନି ଲାଲକୃଷ୍ଣ ଆଡ଼ଭାଣୀ
Khabar Odisha:entertainment-odisha-lk-advani-gets-emotional-after-seeing-shikara
ନୂଆଦିଲ୍ଲୀ, ଫେବୃଆରୀ ୦୮ (ଖବର ଓଡ଼ିଶା) :

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାଣୀ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପଡାଙ୍କ ଫିଲ୍ମ ଶିକାରା- ଦ ଅନଟୋଲ୍ଡ ଷ୍ଟୋରୀ ଅଫ କାଶ୍ମୀର ପଣ୍ଡିତ ଦେଖି ଭାବୁକ ହୋଇ ପଡ଼ିଛନ୍ତି। ଏକ ଭାଇରାଲ ଭିଡ଼ିଓ କ୍ଳିପରେ ଆଡ଼ଭାଣୀଙ୍କ ଆଖିରୁ ଲୁହ ଜକେଇ ଆସୁଥିବା ଦେଖାଯାଇଛି। ଏହାପରେ ଚୋପଡା ତାଙ୍କ ନିକଟକୁ ଯାଇ ସାନ୍ତ୍ଵନା ଦେଉଥିବା ଦେଖାଯାଉଛି। 

କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଘାଟିରେ କିଭଳି ଭାବରେ ଶୋଷଣ କରାଯାଇଥିଲା, ସେମାନଙ୍କୁ କିଭଳି ଭାବରେ ସେମାନଙ୍କ ଘରୁ ବିତାଡ଼ିତ କରାଯାଇଥିଲା ତାହା ଦର୍ଶାଯାଇଛି। ଏହି ଫିଲ୍ମ ବିଧୁ ବିନୋଦ ଚୋପଡ଼ାଙ୍କ ହୃଦୟର ନିକଟତର ବୋଲି କୁହାଯାଉଛି। 

ତେବେ ଫିଲ୍ମ ଶିକାରା ଫେବୃଆରୀ ୦୭ରେ ରିଲିଜ୍ ହୋଇଛି। ପ୍ରଥମ ଦିନରେ ଫିଲ୍ମ ୧ କୋଟି ବ୍ୟବସାୟ କରିଛି। ୧୯୯୦ରେ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଘରୁ କିଭଳି ଭାବରେ ବିତାଡିତ କରାଯାଇଥିଲା ତାହା ଦେଖାଯାଇଛି।