Home > ମନୋରଞ୍ଜନ
ବକ୍ସ ଅଫିସରେ ଦ୍ଵିତୀୟ ଦିନରେ ପତି ପତ୍ନୀ ଔର ୱୋର ଜଲୱା
Khabar Odisha:entertainment-odisha-pati-patni-aur-woh-box-office-collection-day-2-kartik-aaryan-bhumi-pednekar-ananya-pandey
ନୂଆଦିଲ୍ଲୀ, ଡିସେମ୍ଵର ୦୮ (ଖବର ଓଡିଶା) :

କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ପତି ପତ୍ନୀ ଔର ୱୋ ବକ୍ସ ଅଫିସରେ ଧମାଲ କରୁଛି। ଏହି ଷ୍ଟାରର ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରେ ଧମାକାଦାର ଓପନିଙ୍ଗ କରିଥିବା ବେଳେ ଦ୍ଵିତୀୟ ଦିନରେ ମଧ୍ୟ ଫିଲ୍ମ ଭଲ କଲେକ୍ସନ କରିଛି। 

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ କହିଛନ୍ତି ଯେ, ଫିଲ୍ମ ଦ୍ଵିତୀୟ ଦିନରେ ୧୨.୩୩ କୋଟି ବିଜନେସ୍ କରିଛି। ଦୁଇ ଦିନର ବ୍ୟବସାୟକୁ ମିଶାଇଲେ ସମୁଦାୟ ୨୧.୪୩ କୋଟି ହୋଇଛି। ବଜେଟ୍ କଥା ଦେଖିବାକୁ ଗଲେ ଫିଲ୍ମର ସମୁଦାୟ ବଜେଟ୍ ୩୦ କୋଟି ରହିଛି। 

ଫିଲ୍ମ ପ୍ରଥମ ଦିନରେ ୯.୧୦ କୋଟି ବ୍ୟବସାୟ କରିଥିଲା। ଏହା କାର୍ତ୍ତିକ ଆର୍ଯ୍ୟାନ୍ଙ୍କ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ। ଫିଲ୍ମରେ କାର୍ତ୍ତିକ, ଚିଣ୍ଟୁ ତ୍ୟାଗୀ ଭୂମିକାରେ ଅଛନ୍ତି। ଭୂମି ପେଡେନକର କାର୍ତ୍ତିକଙ୍କ ପତ୍ନୀ ଏବଂ ଅନନ୍ୟା ପାଣ୍ଡେ ଅଫିସ୍ ସେକ୍ରେଟାରୀ ଭୂମିକାରେ ଅଛନ୍ତି।