Home > ମନୋରଞ୍ଜନ
ଜୟଲଲିତା ହେବା ପାଇଁ କଷ୍ଟ ଉଠାଉଛନ୍ତି କଙ୍ଗନା ରାଣାୱତ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
Khabar Odisha:entertainment-odisha-photos-kangana-ranaut-covers-herself-in-prosthetic-glue-to-become-j-jayalalithaa
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ (ଖବର ଓଡିଶା) :

 ଅଭିନେତ୍ରୀ କଙ୍ଗନା ରାଣାୱାତ ଏବେ ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କ ବାୟୋପିକ ଥଲାଇବି ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଫିଲ୍ମ ଜଜମେଣ୍ଟାଲ ହୈ କ୍ୟା ଫ୍ଲପ୍ ହେବାପରେ କଙ୍ଗନା ନିଜର ନୂଆ ଫିଲ୍ମ ଉପରେ କଡା ପରିଶ୍ରମ କରୁଥିବା ଦେଖିବାକୁ ମିଳିଥିଲା। କଙ୍ଗନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଫିଲ୍ମ ମେକିଙ୍ଗ୍ କେତେ କଷ୍ଟକର ତାହା ସହଜେ ଅନୁମେୟ କରି ହେଉଛି। 

ଏହି ଫଟୋ ଭାଇରାଲ ହେବାପରେ ଜଣା ପଡୁଛି କି, କଙ୍ଗନା ପ୍ରୋସ୍ଥୋଟିକ୍ମେକଅପ ମାଧ୍ୟମରେ ଜୟଲଳିତାଙ୍କ ଗେଟଅପ୍ ନେବେ। ଏହି ଲୁକ ପାଇଁ କଙ୍ଗନା ଦୁଇ ଦିନ ପୂର୍ବରୁ ଲସ୍ ଆଞ୍ଜେଲସ୍ ପାଇଁ ବାହାରି ଯାଇଥିଲେ। କଙ୍ଗନାଙ୍କର ଏହି ଫଟୋ ସୁଟରେ ଆପଣମାନେ ବାରି ପାରୁଥିବେ କି, ଏଥିପାଇଁ ସେ କେତେ ଚିନ୍ତିତ ଅଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଶରୀରରେ ସବୁଜ ରଙ୍ଗର ଲେପ ଲଗାଯାଇଛି। ଏଥିରେ ତାଙ୍କୁ ନିଶ୍ଵାସ ନେବାକୁ ମଧ୍ୟ କଷ୍ଟସାଧ୍ୟ ହେଉଛି। 

ହଲିଉଡରେ ମେକଅପ ଅର୍ଟିଷ୍ଟ କୋଲିନ୍ସ ବହୁ ବଡ ଫିଲ୍ମ ପ୍ରସ୍ତୁତ କରି ନିଜର କମାଲ ଦେଖାଇ ସାରିଛନ୍ତି। ହଲିଉଡ ଫିଲ୍ମ କ୍ୟାପଟେନ ମାର୍ବଲ ଏବଂ ବ୍ଲେଡ ରନର ୨୦୪୯ ଭଳି ଫିଲ୍ମରେ ମଧ୍ୟ ସେ କାମ କରି ସାରିଛନ୍ତି। 

କଙ୍ଗନା ଏହି ଫିଲ୍ମ ପାଇଁ ଜୟଲଲିତାଙ୍କ ଭୂମିକା ପାଇଁ ତାମିଲ ଓ ଭରତନାଟ୍ୟମ ଶିଖୁଛନ୍ତି। ତେବେ ଜୟଲଲିତାଙ୍କ ବାୟୋପିକ ଥଲୈଇବାର ଶୁଟିଙ୍ଗ୍ ଦୀପାବଳି ପାଖାପାଖି ଆରମ୍ଭ ହେବ।